
ଚକୋଲେଟ ଦେଇ ୪ବର୍ଷର ବାଳିକାକୁ ଅସଦାଚରଣ ଅଭିଯୋଗ
ଯାଜପୁରରେ ଚକୋଲେଟ ଦେଇ ୪ବର୍ଷର ବାଳିକାକୁ ଅସଦାଚରଣ ଅଭିଯୋଗ । । ଯାଜପୁର ଥାନାରେ ଏନେଇ ଲିଖିତ ଅଭିଯୋଗ କଲେ ପରିବାର ବର୍ଗ । ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ପର୍ଯ୍ୟାୟରେ ପୋଲିସ ନାବାଳିକା ପୀଡିତାକୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇ ଡାକ୍ତରୀ ମାଇନା କରିବା ସହ ବୟାନ ରେକର୍ଡ କରାଯାଇଛି । ଏଥି ସହ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ ।
