
ସ୍ୱତନ୍ତ୍ର OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ପ୍ରମୁଖ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ
ଓଟିଇଟି ପ୍ରଶ୍ନପତ୍ର ଲିଙ୍କରେ ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କ ସମେତ ୮ ଜଣଙ୍କୁ ଗିରଫ ସତ୍ତ୍ବେ ରହସ୍ୟ ଉପରୁ ପର୍ଦ୍ଦା ଉଠାଇ ପାରିନି କ୍ରାଇମବ୍ରାଞ୍ଚ । ଜଣେ ମହିଳା ଡାଟା ଏଣ୍ଟ୍ରି ଅପରେଟଙ୍କୁ ଗତ ୨ ଦିନ ହେବ ଘନଘନ ଜେରା କରାଯାଉଛି । ସମ୍ପୃକ୍ତ ମହିଳାଙ୍କ ଭୂମିକା ସନ୍ଦେହଘେରରେ ଥିବାରୁ ତାଙ୍କୁ ଆଜି ବି ଜେରା କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ । ସେ ନିହାରଙ୍କ ପାଖରେ କାମ କରୁଥିବାରୁ ତାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି ।ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ ଗତକାଲି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ୧୪ ଦିନ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତାଙ୍କ ବିରୋଧରେ ସଙ୍ଗୀନ ଦଫା ଲାଗିଛି । ନିହାରଙ୍କ ଲାପଟପରୁ ଚୋରି ହୋଇଥିଲା ପ୍ରଶ୍ନପତ୍ର ।
ପରୀକ୍ଷା ପରିଚାଳନା ପ୍ରକ୍ରିୟାରେ ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣାଙ୍କର କୌଣସି ଭୂମିକା ନଥିବା ବେଳେ ଲାପଟପ ବ୍ୟବହାର ପାଇଁ ତାଙ୍କୁ ଅନୁମତି ଦେଇଥିଲେ ନିହାର । ଅଫିସ ବାହାରେ ଗତ ୩ ମାସରେ ଫୋନରେ ୧୦୦ ଥର କଥା ହୋଇଥିଲେ ନିହାର-ଜିତନ ।
