
ଦଶପଲ୍ଲା : ଗଣେଷ ଚତୁର୍ଥୀ ପାଇଁ ଉତ୍ସବ ମୁଖର ଗାଁ ଠାରୁ ସହର। ଯେଉଁଠି ଦେଖିବ ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ବିଭିନ୍ନ ପୂଜା ମଣ୍ଡପ।ଅଗ୍ରପୂଜ୍ୟ ଶ୍ରୀ ଗଜାନନଙ୍କ ପୂଜା ସବୁଠି ଧୁମ ଧାମର ସହିତ ପାଳନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ୩ଗୋଟି ବ୍ଲକ ତଥା ଦଶପଲ୍ଲା, ଗଣିଆ, ନୂଆଗାଁର ବିଭିନ୍ନ ପୂଜା ମଣ୍ଡପକୁ ଯାଇ ଗଜାନନ ଙ୍କୁ ଦର୍ଶନ କରିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଯେମିତି କି, ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର ଜଗଦେବପାଟଣା ଠାରେ ଜୟ ମହାବୀର ଯୁବକ ସଂଘ ତରଫରୁ ଆୟୋଜିତ ଗଣେଷ ପୂଜା,ଶିମିଳିସାହି ପଂଚାୟତର ଅଭୟପୁର ଠାରେ ମା ‘ କଳାପାଟ ଯୁବକ ସଂଘ,ପାଟପୁରପାଟଣା ପୂଜା କମିଟି,ସାତପାଟଣା ଠାରେ ମା ” ମଙ୍ଗଳା ଯୁବକ ସଂଘ,

ଦଶପଲ୍ଲା ସ୍ଥିତ ଖଣ୍ଡପଡ଼ା ଠାରେ ସର୍ବଦ୍ବୟ ପାଠାଗାର ଓ ସଂଗ୍ରାମ ଯୁବକ ସଂଘ,ତ୍ରିରଙ୍ଗା ଯୁବକ ସଂଘ,ଜୟ ରାଜଗୁରୁ ଯୁବକ ସଂଘ,ଯୋଗୀବନ୍ଧ ଠାରେ ଶିବସେନା ଯୁବକ ସଂଘ,ଅନ୍ଧାରକୁଟ ଠାରେ ଥିବା ଯୁବଜ୍ୟୋତି ଯୁବକ ସଂଘ,ଦଶପଲ୍ଲା ବିଜ୍ଞାପିତ ଅଂଚଳ ପରିଷଦର ସ୍ବପ୍ନ ମହାବୀର ଯୁବକ ସଂଘ,ରାଜା ସାହେବ ଯୁବକ ସଂଘ,ଗଡ଼ ରାଜେଶ୍ୱରୀ ଯୁବକ ସଂଘ,ଗଣେଷ ବଜାର ପୂଜା କମିଟି,ରାମସେନା ଯୁବକ ସଂଘ,ଜଗାପୁର ଠାରେ ଥିବା ବନଦୁର୍ଗା ଯୁବକ ସଂଘ,ଗଜାନନ ବଜାର ପୂଜା କମିଟି,ସୀତାରାମ ଯୁବକ ସଂଘ,ବଜରଙ୍ଗୀ ଯୁବକ ସଂଘ ସେହିପରି ଗଣିଆ ବ୍ଲକର ଛାମୁଣ୍ଡିଆ ପଞ୍ଚାୟତରେ ଥିବା ମା ‘ବେଢାକାଳୀ ଯୁବକ ସଂଘ,ଗୁଡ଼ିଆସାହି ପୂଜା କମିଟି, ନିଉ ସନ୍ରାଇଜର୍ସ ଇଡିଆଲ୍ ଯୁବକ ସଙ୍ଘ,କୁଲୁରୁକୁମ୍ପା ଗ୍ରାମ ପଞ୍ଚାୟତର ଦୁର୍ଗାପ୍ରସାଦ ଠାରେ ଥିବା ବାବା ଯୋଗେଶ୍ୱର ଯୁବକ ସଂଘ ତରଫରୁ ଆୟୋଜିତ ଗଣେଷ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବା ସହ ଆହୁରି ଅନେକ ଅନୁଷ୍ଠାନରେ ଯୋଗଦେଇ ବିଘ୍ନ ବିନାଶକଙ୍କ ଦର୍ଶନ କରିବା ସହିତ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
