ଟାକରା ହାଇସ୍କୁଲର ଆଲୁମିନା କମିଟି ଗଠନ

ଦଶପଲ୍ଲା : ଆଜି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅଧିନସ୍ଥ ଟାକରା ଠାରେ ଥିବା ଆଦିବାସୀ ଓ ହରିଜନ କଲ୍ୟାଣ ବିଭାଗର ସରକାରୀ ଉଚ୍ଚ ବିଦ୍ୟାଳୟ (ଟାକରା )ର ନୂତନ ଆଲୁମିନା କମିଟି ଚୟନ ପକ୍ରିୟା ଆଜି ବିଦ୍ୟାଳୟ ପରିସରରେ ହୋଇସାରିଛି।ବିଦ୍ୟାଳୟର ପ୍ରଧାନଶିକ୍ଷକ ମୁକେଶ ଦୁଗାଳ ୧୮. ୧୦. ୨୦୨୫ରିଖରେ ନୂତନ ଆଲୁମିନା କମିଟି ଗଠନ ପାଇଁ ଵିଜ୍ଞାପନ ଜାରି କରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ପ୍ରଧାନଶିକ୍ଷକଙ୍କ ତତ୍ୱାବଧାନରେ ଟାକରା ହାଇସ୍କୁଲ ପରିସରରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସର୍ବସମ୍ମତିକ୍ରମେ ନୂତନ କମିଟିର ଚେୟାରମ୍ୟାନ ଭାବେ ପ୍ରଦୀପ କୁମାର ସାହୁ, ଭାଇସ ଚେୟାରମ୍ୟାନ ରୂପେ ଜଗବନ୍ଧୁ ଆଚାର୍ଯ୍ୟଙ୍କୁ ମନୋନୀତ କରାଯାଇଥିବାବେଳେ ସଭ୍ୟ ଭାବେ ସନ୍ତୋଷ କୁମାର ସାହୁ, ସୁଲୋଚନା ମଳିକ,ନୋଡାଲ ଶିକ୍ଷକ ନୀଳମଣି ନାୟକ ଏବଂ ୨ଜଣ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଥିଲା।

You might also like