ଦଶପଲ୍ଲା ପୋଲିସର ମହାନିୟତା ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ନିଜ ଗାଡ଼ିରେ ଆଣି ମେଡିକାଲରେ ଭର୍ତ୍ତିକଲେ ଦଶପଲ୍ଲା ପୋଲିସ

ଦଶପଲ୍ଲା : ଆଜି ସନ୍ଧ୍ୟା ୬ ଘଟିକାରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଟାକରା ନିକଟସ୍ଥ ଖଡ଼ାପିଟା ଘାଟି ନିକଟରେ ବୌଦ୍ଧରୁ – ନୟାଗଡ଼ ଅଭିମୁଖେ ଆସୁଥିବା ଏକ ଘରୋଇ ଆମ୍ବୁଲାନ୍ସ ଯାହାର ନମ୍ବର ଓଡି ୨୫ ଏଚ ୯୯୯୦ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିଥିଲା ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ଜଣକ ଗୁରୁତର ହୋଇପଡ଼ିଥିବା ବେଳେ ରାସ୍ତାରେ ଯାଉଥିବା ପଥଚାରୀ ଓ ସ୍ଥାନୀୟବାସୀ ଘଟଣା ସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଭିତରୁ ଡ୍ରାଇଭରଙ୍କୁ ଉଦ୍ଧାର କରିବା ସହିତ ଦଶପଲ୍ଲା ପୋଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଂଚିଥିବା ବେଳେ ଆମ୍ବୁଲାନ୍ସ ଆସିବାର ବିଳମ୍ବ ହେବାରୁ ଦଶପଲ୍ଲା ପୋଲିସ କାଳବିଳମ୍ବ ନକରି ତୁରନ୍ତ ଗୁରୁତର ଡ୍ରାଇଭରଙ୍କୁ ପୋଲିସ ଗାଡ଼ି ମାଧ୍ୟମରେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ଗୁରୁତର ଆମ୍ବୁଲାନ୍ସ ଡ୍ରାଇଭର ଜଣକ ନୟାଗଡ଼ ନିକଟସ୍ଥ ମହାନ୍ତିସାଇର ଆନନ୍ଦ ନାହାକ ବୋଲି ଜଣାପଡ଼ିଥିବାବେଳେ ଦଶପଲ୍ଲା ପୋଲିସର କାର୍ଯ୍ୟକୁ ଉପସ୍ଥିତ ପଥଚାରୀ ଓ ସ୍ଥାନୀୟ ଲୋକ ପ୍ରଶଂସା କରିଥିବା ଜଣାପଡ଼ିଛି।

You might also like