
ନୂଆଗାଁ : ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନୂଆଗାଁ ବ୍ଲକ ଅନ୍ତର୍ଗତ ବେରୁଆଁବାରୀ ଗ୍ରାମ ପଞ୍ଚାୟତର ବନ୍ଧାଭୂଇଁ ଗ୍ରାମରେ ଥିବା ନୂତନ ବସଷ୍ଟପ, ଦଳିତସାହି ଗୋଷ୍ଠୀକେନ୍ଦ୍ର,ବଧୂଲିପୁର ଠାରେ ମା ‘ ମଙ୍ଗଳା ଗୋଷ୍ଠୀକେନ୍ଦ୍ର,ଖୋସାପଲ୍ଲୀ ଠାରେ ଗୋଷ୍ଠୀକେନ୍ଦ୍ର, ସେହିପରି ପୋଡ଼ାସାହି ଠାରେ ସାଂସ୍କୃତିକ ମଣ୍ଡପ ଆଦି ନୂତନ ଭାବେ ନିର୍ମାଣ ହୋଇଥିବା ପ୍ରକଳ୍ପକୁ ଶୁଭ ଉଦ୍ଘାଟନ କରିବା ସହିତ ଅଂଚଳର ସମସ୍ତ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା।

ଏହି କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକର ଯୁବ ସମାଜସେବୀ ଶଙ୍କର୍ଷଣ ବେହେରା,ସ୍ଥାନୀୟ ସରପଞ୍ଚ ସୁଶାନ୍ତ କୁମାର ସାହୁ, ସମିତିସଭ୍ୟ କେଦାର ସେଠୀ,ବ୍ଲକ ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି ପ୍ରମୁଖ ଯୋଗଦେଇଥିବା ବେଳେ ଅନେକ ଶୁଭେଛୁ, ସମର୍ଥକ ଉପସ୍ଥିତ ଥିଲେ। ଦଶପଲ୍ଲା ବିଧାୟକ ଶ୍ରୀ ବେହେରାଙ୍କ ନେତୃତ୍ୱରେ ସମଗ୍ର ବେରୁଆଁବାରୀ ଗ୍ରାମ ପଂଚାୟତରେ ଥିବା ବିଭିନ୍ନ ଗ୍ରାମରେ ଉନ୍ନତୀ ମୂଳକକାର୍ଯ୍ୟ ହୋଇଥିବାରୁ ଅଂଚଳବାସୀ କୃତଜ୍ଞତା ଜଣାଇଥିଲେ।
