
ଦଶପଲ୍ଲା : ଆଜି ଦଶପଲ୍ଲା ପଶ୍ଚିମାଞ୍ଚଳର ଅନ୍ୟତମ ବାଣିଜ୍ୟକ ପେଣ୍ଠସ୍ଥଳ ବାଣୀଗୋଛା ଠାରେ ଅଗ୍ରଣୀ
ଶ୍ରୀ ଯୋଗେଶ୍ୱର ଯାତ୍ରା କମିଟି ତରଫରୁ ସଭାପତି ବସନ୍ତ କୁମାର ସାହୁଙ୍କ ତତ୍ୱାବଧାନରେ ଉପ – ସଭାପତି ବଳରାମ ପ୍ରସାଦ, ସମ୍ପାଦକ ସଂଜିତ କରଣ, ସହ – ସମ୍ପାଦକ ପ୍ରଦୀପ୍ତ କୁମାର ଜେନା, କୋଷାଧ୍ୟକ୍ଷ ସୌମ୍ୟ ରଞ୍ଜନ ମୁଦୁଲି, ଉପଦେଷ୍ଟା ରବୀନ୍ଦ୍ର କୁମାର ସାହୁ, ଜଗନ୍ନାଥ ପ୍ରସାଦ,ପ୍ରଫୁଲ୍ଲ କୁମାର ନାଏକ, ସନ୍ତୋଷ କୁମାର ପ୍ରସାଦ ଉପସ୍ଥିତ ରହି ଆନୁଷ୍ଠାନିକ ଭାବରେ ଯାତ୍ରାକମିଟି କାର୍ଯ୍ୟାଳୟର ଉଦ୍ଘାଟନ କରିଥିବା ଜଣାପଡ଼ିଛି। ଏହି ଉଦ୍ଘାଟନୀ ଉତ୍ସବରେ ଶ୍ରୀ ଯୋଗେଶ୍ୱର ଯାତ୍ରା କମିଟିର ସମସ୍ତ ସଭ୍ୟ ଉପସ୍ଥିତ ରହି ଆଗାମୀ ୧୯ ତାରିଖରେ ଯାତ୍ରା କମିଟି ତରଫରୁ ଆୟୋଜିତ ହେଉଥିବା ଯାତ୍ରା ସ୍ବପ୍ନମହଲ କିଭଳି ଭାବରେ ଶାନ୍ତିଶୃଙ୍ଖଳା ସହିତ ହେବ। ଦର୍ଶକମାନେ ଉପସ୍ଥିତ ରହି ନାଟକ କୁ ସୁନ୍ଦର ଭାବରେ ଉପଭୋଗ କରିବେ ସେନେଇ ଆଲୋଚନା କରିଥିଲେ।
