
ଦଶପଲ୍ଲା : ଧରାପୃଷ୍ଠରେ ଧରାବତରଣ କରିଛନ୍ତି ଧନଦାତ୍ରୀ ମା ‘ ଲକ୍ଷ୍ମୀ। ସମଗ୍ର ରାଜ୍ୟ ଆଜି ଉତ୍ସବମୁଖର।ସବୁଠି ଆଧ୍ୟାତ୍ମିକର ମାହୋଲ।ସମସ୍ତ ପ୍ରସ୍ତୁତି ସାରି ମା ‘ ଙ୍କୁ କରାଯାଇଛି ସ୍ୱାଗତ।ଗଜଲକ୍ଷ୍ମୀ ପୂଜାରେ ବିରାଜିଛନ୍ତି ମା ‘ ଗଜଲକ୍ଷ୍ମୀ।ଘଣ୍ଟଘଣ୍ଟା,ଶଙ୍ଖନାଦ, ହୁଳହୁଳିରେ କମ୍ପି ଉଠିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଟାକରା ଅଂଚଳ। ଟାକରା ବ୍ୟତୀତ ଦଶପଲ୍ଲା ବ୍ଲକର ଅନେକ ପୂଜାମଣ୍ଡପରେ ପୂଜା ପାଇଛନ୍ତି ମା ‘ଗଜଲକ୍ଷ୍ମୀ। ପୂଜାମଣ୍ଡପ ନିକଟରେ ମା ‘ଙ୍କୁ ବିଭିନ୍ନ ଅଳଙ୍କାର ଦେଇ ସଜେଇଛନ୍ତି ଭକ୍ତମାନେ।ବିଭିନ୍ନ ପୂଜା କମିଟି ପକ୍ଷରୁ ମା ‘ ଙ୍କ ନିକଟରେ ଖେଚୁଡ଼ି,ପଣା, କ୍ଷୀରି, ପୁରୀ ଆଦି ଭୋଗଲାଗି ପୂଜାର୍ଚନା ସମ୍ପନ୍ନ ହୋଇଛି।ଏହି ପରିପ୍ରେକ୍ଷୀରେ ଦଶପଲ୍ଲା ବ୍ଲକ ଟାକରା ଠାରେ ଥିବା ବାବା ସିଦ୍ଧେଶ୍ୱର ବଣିକ ସଂଘ ତରଫରୁ ଧୁମଧାମର ସହିତ ମା ‘ ଗଜଲକ୍ଷ୍ମୀଙ୍କ ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଛି। ଏଥିରେ ୬ ଜଣ ବ୍ରାହ୍ମଣ ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଅର୍ଦ୍ଧେନ୍ଦୁ ତ୍ରିପାଠୀ, ବିରଞ୍ଚି ନାରାୟଣ ମିଶ୍ର, ସୁଦର୍ଶନ ଷଡ଼ଙ୍ଗୀ, ରତ୍ନାକର ହୋତା, ମନମୋହନ ଆଚାର୍ଯ୍ୟଙ୍କ ବେଦମନ୍ତ୍ର ଉଚ୍ଚାରଣ ପୂର୍ବକ ସମସ୍ତ ନୀତିକାନ୍ତି ଅନୁଯାୟୀ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ କର୍ତ୍ତାଭାବେ ବଣିକ ସଂଘର ସଭ୍ୟ ପ୍ରମୋଦ କୁମାର ସାହୁ ବସିଥିବାବେଳେ ସିଦ୍ଧେଶ୍ୱର ବଣିକ ସଂଘର ସଭାପତି ପ୍ରଦୀପ କୁମାର ସାହୁ, ସମ୍ପାଦକ ମନ୍ମଥ କୁମାର ସାହୁ, ଉପ – ସଭାପତି ଜଗବନ୍ଧୁ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ଅଶୋକ କୁମାର ସାହୁ ଉପସ୍ଥିତ ଥିବାବେଳେ ସଭ୍ୟ ପ୍ରବୀର କୁମାର ସାହୁ, ନିହାର ରଞ୍ଜନ ମହାନ୍ତି, ନିରଞ୍ଜନ ସାହୁ, ଶ୍ରୀନିବାସ ବେହେରା, ମାନସ କୁମାର ସାହୁ, ମାନସ କୁମାର ପରିଡ଼ା,ଅନ୍ତର୍ଯ୍ୟାମୀ ସାହୁ, ସନ୍ତୋଷ କୁମାର ସାହୁ, ପ୍ରଶାନ୍ତ କୁମାର ସାହୁ, ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ତତସହିତ ବଣିକ ସଂଘର ସଭ୍ୟ ନିର୍ମଳ ଚନ୍ଦ୍ର ବାରିକ ମା ‘ ଙ୍କ ମୂର୍ତ୍ତି ତିଆରି କରିଥିବା ସିଦ୍ଧେଶ୍ୱର ବଣିକ ସଂଘ ତରଫରୁ ସୂଚନା ମିଳିଛି।
