
ବାହାଡ଼ାଝୋଲା (ନୂଆଗାଁ ରୁ ନିରଞ୍ଜନ ସାହୁଙ୍କ ରିପୋର୍ଟ) – ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅର୍ନ୍ତଗତ ବାହାଡ଼ାଝୋଲା ଫାଣ୍ଡି ଅଧିନସ୍ଥ ବେରୁଆବାରୀ ପଂଚାୟତର ଦୁର୍ଗାମାଧବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ବାଇକ୍ କୁ ଧକ୍କା ଦେଲା ବାଇକ୍। ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଗୁରୁତରଙ୍କୁ ନୟାଗଡ଼ ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।ସୁଚନା ମୁତାବକ ବେରୁଆବାରୀ ପଂଚାୟତର ଲକ୍ଷ୍ମୀପୂଜା ଉପଲକ୍ଷେ ଗ୍ରାମବାସୀ ଅର୍ନକୁଟର ବ୍ୟବସ୍ଥା କରିଥିଲେ। ସେହି ଅର୍ନକୁଟ ଖାଇବା ପାଇଁ ଘରଠାରୁ ମାତ୍ର ଦୁଇଶହ ମିଟର ଦୂରରେ ଥିବା ବିଦ୍ୟାଳୟକୁ ଶରତ କୁମାର ସାହୁ (୪୫) ଓ ପଛରେ ଗ୍ରାମ ସଭାପତି ଆସୁଥିଲେ ଅର୍ନକୁଟ ଭୋଜି ଖାଇବା ପାଇଁ ପିଲାଙ୍କୁ ଡାକିବା ପାଇଁ। ବିଦ୍ୟାଳୟ ଆଗରେ ବିପରିତ ଦିଗରୁ ଆସୁଥିବା ଏକ ବାଇକ୍ ଓଡି ୨୫ ଆର ୩୯୭୭ ଧକ୍କା ଦେଇଥିଲା।
ଫଳରେ ଉଭୟ ଛିଟିକି ପଡିଥିଲେ ମଧ୍ୟ ସ୍ଥାନୀୟ ଲୋକ ଉଠାଇ ପ୍ରଥମେ ବାହାଡ଼ାଝୋଲା ମେଡିକାଲ ପରେ ନୟାଗଡ଼ ମେଡିକାଲ ରେ ଭର୍ତ୍ତି କରିଥିଲେ।
ଡକ୍ଟର ଶରତ କୁମାର ସାହୁଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟଜଣେ ନୟାଗଡ଼ ଜିଲ୍ଲା ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି।ଧକ୍କା ଦେଇଥିବା ଯୁବକ ବାଇକ୍ ଛାଡ଼ି ଫେରାର ହୋଇଯାଇଥିବା ବେଳେ ବାହାଡ଼ାଝୋଲା ଫାଣ୍ଡି ଅଧିକାରୀ ମହମ୍ମଦ ଜାଫୁରୁଲା ଦୁଇଟି ବାଇକ୍ କୁ ଅଟକ ରଖି (୩୧୭/୨୫) ରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିବା ସହିତ ମୃତବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ କରି ପରିବାରଙ୍କୁ ହସ୍ତାନ୍ତର କରିଛନ୍ତି।ଅନ୍ୟପଟେ
ଛୋଟପିଲାଙ୍କୁ ଖାଇବାକୁ ଡାକିଯାଇ ଅଂଚଳର ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି।ଖବର ପାଇ ଅଂଚଳର ଶତାଧିକ ଲୋକ ଶେଷ ଦର୍ଶନ କରିବାକୁ ଶରତଙ୍କ ବାସଭବନରେ ପହଂଚିଥିଲେ।
