
ଦଶପଲ୍ଲା (ଚିତ ରଞ୍ଜନ ମିଶ୍ରଙ୍କ ରିପୋର୍ଟ) : ଶିକ୍ଷାପ୍ରଦୀପ, ଜ୍ଞାନର ଆଲୋକ, ମାଟିମହକ, ବିପ୍ଲବୀ, ରାଜନୈତିକ ନେତା,ସମର୍ପିତ ସମାଜ ସେବୀ,ସାହିତ୍ୟ, କଳା, ସଂସ୍କୃତି, ପ୍ରକୃତି ଓ ଶିକ୍ଷା ପ୍ରେମୀ ଦିବଙ୍ଗତ ପଦ୍ମ ଚରଣ ମିଶ୍ରଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଦଶପଲ୍ଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅବସର ପ୍ରାପ୍ତ ପଶୁ ଡ଼ାକ୍ତର ଓ ବରିଷ୍ଠ ସମାଜସେବା ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ଭୂୟାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏ ଉତ୍ସବ ରେ ମୂଖ୍ୟ ବକ୍ତା ଭାବେ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପଣ୍ଡା ମହୋଦୟ ଏ ବାଳିକା ଉଚ୍ଚ ବିଦ୍ୟାଳୟର ପୃଷ୍ଠଭୂମି, ଇତିହାସ, ସଙ୍ଘର୍ଷ ତଥା ପ୍ରତିଷ୍ଠାତା ଦିବଂଗତ ପଦ୍ମ ଚରଣ ମିଶ୍ରଙ୍କ ତ୍ୟାଗ ଓ ସେବା ଇତ୍ୟାଦିକୁ ସ୍ମରଣ କରିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଉପସ୍ଥିତ ଶିକ୍ଷକ ଓ ଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ। ପଦ୍ମ ଚରଣ ମିଶ୍ରଙ୍କ ସ୍ମୃତିରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମେଧାବୀ ଛାତ୍ରୀ ମାନଙ୍କୁ ଅନ୍ତର୍ନିହିତ ଦକ୍ଷତା ପ୍ରତିଭା ଓ ଜ୍ଞାନ ବିଜ୍ଞାନର ବିକାଶ ପାଇଁ ପ୍ରୋତ୍ସାହନ ରାଶି ସହିତ ପ୍ରେରଣା ପତ୍ର ଓ ଟ୍ରଫି ଇତ୍ୟାଦି ଅତିଥି ବୃନ୍ଦଙ୍କ କର କମଳରେ ପ୍ରଦାନ କରାଯାଇଥିଲା। ଦିବଂଗତ ପଦ୍ମ ଚରଣ ମିଶ୍ର କେବଳ ଏକ ବ୍ୟକ୍ତି ନ ଥିଲେ ସେ ଥିଲେ ସାମାଜିକ ବିବର୍ତ୍ତନର ସ୍ବର, ସମାଜ ସଂସ୍କାରକ,କଳା ସାହିତ୍ୟ ବିପ୍ଳବୀ । ନାରୀ ଶିକ୍ଷାର ଅଗ୍ରଗତି ପାଇଁ ଏ ଅନୁଷ୍ଠାନ ସ୍ଥାପନ କରିଥିବା ଅନନ୍ୟ ବ୍ୟକ୍ତିତ୍ବ ହେଉଛନ୍ତି ଦିବଂଗତ ଡ.ପଦ୍ମ ଚରଣ ମିଶ୍ର। ତାଙ୍କର ନିଷ୍ଠାପର ଉଦ୍ୟମ,ଚେଷ୍ଟା ଦୂରଦୃଷ୍ଟି ସମ୍ପନ୍ନ ପ୍ରଗତିଶୀଳ ବୌଦ୍ଧିକ ଵିଚାର ଯୋଗୁଁ ଆଜି ଏ ଅନୁଷ୍ଠାନ ଶହ ଶହ ଛାତ୍ରୀଙ୍କୁ କରିପାରିଛି ଉଚ୍ଚଶକ୍ଷିତା। ବୋଲି ପଦ୍ମ ଚରଣ ମିଶ୍ରଙ୍କ ଝିଆରୀ ଶ୍ରୀମତୀ ମିନା କୁମାରୀ ଷଡ଼ଙ୍ଗୀ ମହୋଦୟା ନିଜ ବକ୍ତବ୍ୟରେ କହିଥିଲେ।ଏ ପ୍ରତିଭା ସମ୍ମାନ ଉତ୍ସବକୁ ସାମାଜିକ କର୍ମୀ ପ୍ରଭାତ କୁମାର ସାହୁ ସଂଯୋଜନା କରିଥିବା ବେଳେ ଦିବଂଗତ ପଦ୍ମ ଚରଣ ମିଶ୍ର ଙ୍କ ସୁଯୋଗ୍ୟ ସନ୍ତାନ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ମିଶ୍ର ଏ ଅନୁଷ୍ଠାନର ଉଜ୍ବଳ ଭବିଷ୍ୟତ କାମନା କରିବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ।
