
ଗଣିଆ (ଦଶପଲ୍ଲା ରୁ ଚିତ ରଞ୍ଜନ ମିଶ୍ରଙ୍କ ରିପୋର୍ଟ ) : ଗଣିଆ ବ୍ଳକର ଦୁଇଟି ସ୍ଥାନରେ ଷ୍ଟ୍ରିଟ ଲାଇଟ୍ ଶୁଭ ଉଦଘାଟନ କରିଛନ୍ତି ବିଧାୟକ ରମେଶ ଚନ୍ଦ୍ର ବେହେରା । ଉକ୍ତ ଦୁଇଟି ସ୍ଥାନରେ ଆଲୋକୀକରଣ ପାଇଁ ବାରମ୍ବାର ଦାବି ହୋଇଆସୁଥିଲା । ତେବେ ଏହି ଆଲୋକୀକରଣ ବ୍ୟବସ୍ଥା ଜିଲ୍ଲା ପରିଷଦ ପାଣ୍ଠିରୁ କରାଯାଇଥିବା ଜଣାପଡ଼ିଛି । ବ୍ଳକର ଆଡକଟା ପଞ୍ଚାୟତ କୃଷ୍ନପଲ୍ଲୀ ଛକ ଏବଂ କେନ୍ଦୁଆବିଡା ଠାରେ ଷ୍ଟ୍ରିଟ ଲାଇଟ୍ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା,ବ୍ଳକ ଅଧ୍ୟକ୍ଷା ଝୁନାଜେନାଙ୍କ ସମେତ ଗ୍ରାମର ବହୁ ବୁଦ୍ଧିଜୀବୀ, ଲୋକପ୍ରତିନିଧି ଉପସ୍ଥିତ ଥିଲେ । ଏହି ଦୁଇଟି ସ୍ଥାନରେ ଅନ୍ଧାର କିଟିକିଟି ଯୋଗୁଁ ଜନସାଧାରଣ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଆଲୋକୀକରଣ ଯୋଗୁଁ ବିଧାୟକ ଏବଂ ଜିଲ୍ଲାପରିଷଦଙ୍କୁ ଅଞ୍ଚଳବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି।
