
ବାହାଡ଼ାଝୋଲା (ନୟାଗଡ଼ ରୁ ନିରଞ୍ଜନ ସାହୁଙ୍କ ରିପୋର୍ଟ) – ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ହରିପୁର ପଂଚାୟତର ସୋମନାଥ ବିଦ୍ୟାପୀଠ ପରିସରରେ ବିଦ୍ୟାଳୟ ସ୍ତରିୟ ବିଜ୍ଞାନ ମେଳା ଅନୁଷ୍ଠିତ ହେଉଅଛି । ଏଥିରେ ବିଦ୍ୟାଳୟର ୧୨୦ ଜଣ ଛାତ୍ରଛାତ୍ରୀ ୩୯ଟି ପ୍ରକଳ୍ପ ଆଣିଥିଲେ। ଏହି ବିଦ୍ୟାଳୟ ସ୍ତରିୟ ବିଜ୍ଞାନମେଳାକୁ ଦେଖିବାକୁ ହରିପୁରୁ ପଂଚାୟତର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ଶିକ୍ଷକ ଭାଗ ନେଇଥିଲେ।ଏହି ବିଜ୍ଞାନ ମେଳାରେ ବିଚାରକ ଭାବେ ଝାଡସାହି ହାଇସ୍କୁଲର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବଇରିଗଞ୍ଜନ, ସୁବାସ ଚନ୍ଦ୍ର ପ୍ରଧାନ, ସୋମନାଥ ବିଦ୍ୟାପୀଠର ପ୍ରଧାନଶିକ୍ଷୟତ୍ରୀ ଜ୍ୟୋସ୍ନାମଜରୀ ମହାପାତ୍ର, ଶଙ୍କର୍ଷଣ ସାହୁ, କଳ୍ୟାଶ ଚନ୍ଦ୍ର ସାହୁ, ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ବିଦ୍ୟାଳୟର ନବମଶ୍ରେଣୀର
ଅଧ୍ୟୟନ କରୁଥିବା ସ୍ୱାତୀ ସୁବୁଦ୍ଧି, ଜୟଶ୍ରୀ ପ୍ରୀୟଦର୍ଶନୀ ସେଠୀ,ଓ ରାଜାନାୟକଙ୍କ ପ୍ରକଳ୍ପକୁ ମନୋନିତ କରିଥିଲେ।
ଏଥିରେ ଅଂଚଳର ବୁଦ୍ଧିଜୀବୀ, ଗାଁ ସଭାପତିଙ୍କ ସହିତ ପଂଚାୟତର ସରପଂଚ ଓ ସମିତିସଭ୍ୟ ସହଯୋଗର ହାତବଢ଼ାଇ ଥିଲେ।
