ବାହାଡ଼ାଝୋଲାରେ ସାମ୍ବାଦିକଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ

ବାହାଡ଼ାଝୋଲା (ନିରଞ୍ଜନ ସାହୁଙ୍କ ରିପୋର୍ଟ) – ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲା ଅଂଚଳରେ ସାମ୍ବାଦିକ ସଂଘର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ସୁଚନାମୁତାବକ ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲା ଅଂଚଳର ହରିପୁର, ବେରୁଆବାରୀ, ସିଙ୍ଗାରପଲ୍ଲୀ,କାପ୍ତାପଲ୍ଲୀ, ଗୁମୀ ପଂଚାୟତର ସାମ୍ବାଦିକଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ମା’ ପେଟେଇ ଚଣ୍ଡୀ ଠାକୁରାଣୀଙ୍କ ପିଠରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟଅତିଥି ଭାବେ ବାହାଡ଼ାଝୋଲା ଫାଣ୍ଡିଅଧିକାରୀ ମହମ୍ମଦ ଜାଫୁରୁଲାଙ୍କ ସହିତ ଅଂଚଳର ବୁଦ୍ଧିଜୀବୀ ଓ ଆଦର୍ଶ କୃଷକ ସୂର୍ଯ୍ୟନାରାୟଣ ସାହୁ ଉପସ୍ଥିତ ରହିଥିଲେ।
ପ୍ରଥମେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବାହାଡ଼ାଝୋଲା ଫାଣ୍ଡିଅଧିକାରୀ ମହମ୍ମଦ ଜାଫୁରୁଲା ଅଂଚଳର ଶାନ୍ତିଶୃଙ୍ଖଳା ରକ୍ଷା କରିବାରେ
ସାମ୍ବାଦିକଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିବାବେଳେ ଅଂଚଳର ବିକାଶପଥରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା କହିଥିଲେ। ସମ୍ମାନିତ ଅତିଥି ଭାବେ ଅଂଚଳର ଆଦର୍ଶ କୃଷକ ସୂର୍ଯ୍ୟନାରାୟଣ ସାହୁ ସମସ୍ତ
ସାମ୍ବାଦିକଙ୍କୁ ଉତ୍ତରୀୟ ଦେଇ ସାମ୍ବାଦିକଙ୍କ କାର୍ଯ୍ୟକୁ କୁ ସାଧୁବାଦ ଦେଇଥିଲେ।

You might also like