ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ଜନ୍ମଦିବସ ପାଳିତ

ଦଶପଲ୍ଲା (ଚିତ ରଞ୍ଜନ ମିଶ୍ରଙ୍କ ରିପୋର୍ଟ) – ଆଜି ନାଟ୍ୟକାର ରାମଚନ୍ଦ୍ର ସ୍ମୃତି ସଂସଦ ପକ୍ଷରୁ ନାତ୍ୟକରଙ୍କ ୧୦୬ ତମ ଜୟନ୍ତୀ ତାଙ୍କ ଜନ୍ମସ୍ଥାନ ଦଶପଲ୍ଲା ରେ ପାଳିତ ହୋଇଯାଇଛି। ସକାଳ ୯ ଟା ସମୟରେ ନତ୍ୟକରଙ୍କ ପ୍ରତିମୂର୍ତ୍ତି ନିକଟରେ ସ୍ମୃତି ସଂସଦ ର କର୍ମୀ ତଥା ସ୍ଥାନୀୟ ଅଧିବାସୀମାନେ ସମବେତ ହୋଇ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଓ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ସ୍ବର୍ଗତ ନତ୍ୟାକରଙ୍କ ସ୍ମୃତି ଚାରଣ କରାଯାଇଥିଲା। ଏହି ସ୍ମୃତି ଚାରଣ ସଦ୍ଭାରେ ସଂସଦର ସଭାପତି ଅଦ୍ଭୋକେଟ ସୁଶାନ୍ତ କୁମାର ପାତ୍ର, ସମ୍ପାଦକ ଗୌରଚନ୍ଦ୍ର ମିଶ୍ର, ଉପସଭାପତି ଅଦ୍ଭୋକେଟ୍ ଶରତ ଚନ୍ଦ୍ର ବେହେରା, ବରିଷ୍ଠ ନାଗରିକ ତଥା ବଣିକ ମହାସଂଘର ସଭାପତି ଶ୍ରୀଯୁକ୍ତ ଅଲେଖ ଚନ୍ଦ୍ର ସାହୁ, ପ୍ରାଧ୍ୟାପକ ଅଲେଖ ଚନ୍ଦ୍ର ସ୍ୱାଇଁ, ବରିଷ୍ଠ ନାଗରିକ ମଞ୍ଚ ଉପସଭାପତି ଗଙ୍ଗାଧର ମିଶ୍ର, ସମ୍ବାଦ ସାହିତ୍ୟ ଘର ଦଶପଲ୍ଲା ସଭାପତି ସନ୍ତୋଷ କୁମାର ସାହୁ,ସାମ୍ବାଦିକ ସୁଶାନ୍ତ କୁମାର ସାହୁ ଓ ପ୍ରଶାନ୍ତ କୁମାର ସାହୁ,ଆଇନଜୀବି ପ୍ରମୋଦ କୁମାର ସାହୁ, ଶିକ୍ଷାବିତ୍ ପ୍ରମୋଦ କୁମାର ପ୍ରଧାନ, ସାହିତ୍ୟିକ ହାଡିବନ୍ଧୁ ମହାଖୁଦ ଓ ଡାକ୍ତର ଅନ୍ତର୍ଯ୍ୟାମୀ ଭୂୟାଁ ପ୍ରଭୃତି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଆସନ୍ତା ତା୧୯.୧୦.୨୫ ରିଖାରେ କଟକର ଶତାବ୍ଦୀ ଭବନ ଠାରେ ଓଡିଶା ସରକାରଙ୍କ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ନାଟ୍ୟକାର ରାମଚନ୍ଦ୍ର ସ୍ମୃତି ସଂସଦର ମିଳିତ ଆନୁକୁଲ୍ୟରେ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳନ ହେବାପାଇଁ ଘୋଷଣା କରାଯାଇଥିଲା।

You might also like