
ବାହାଡ଼ାଝୋଲା (ନିରଞ୍ଜନ ସାହୁଙ୍କ ରିପୋର୍ଟ) – ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବେରୁଆବାରୀ ପଂଚାୟତର ଦୁର୍ଗାମାଧବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ନୂଆଗାଁ ବ୍ଲକ ଅତିରିକ୍ତ ଶିକ୍ଷାଅଧିକାରୀଣୀ ଜୋଛ୍ନାରାଣୀ ସେଠୀଙ୍କ ସହିତ ସନ୍ମାନୀତ ଅତିଥି ଭାବେ ବେରୁଆବାରୀ ପଂଚାୟତର ସରପଂଚ ସୁଶାନ୍ତ କୁମାର ସାହୁ, ସମିତିସଭ୍ୟ କେଦାର ସେଠୀ ବେରୁଆବାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ଲୋକନାଥ ପଣ୍ଡା, ଭବାନୀ ପ୍ରସାଦ ଦେଓ, ପ୍ରମୋଦ କୁମାର ଖଣ୍ଡୁଆଳ ପ୍ରମୁଖ ଉପସ୍ଥିତ ରହିଥିଲେ।ସରୋଜ କୁମାର ଆଚାରୀ ମଂଚକୁ ପରିଚାଳନା କରିଥିଲେ।
କେନ୍ଦୁବଣିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଫୁଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
