
ବାହାଡ଼ାଝୋଲା (ନିରଞ୍ଜନ ସାହୁଙ୍କ ରିପୋର୍ଟ) – ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମହିପୁ୍ର ବନାଞ୍ଚଳ ଅଧିନ ବଡଗୋଠ ପଂଚାୟତର ଭିରୁଡା ଗ୍ରାମରୁ ଦୁଇଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କାର ଶାଗୁଆନ ଓ ମିଟିକିନିଆ ପଟା ଜବତ। ସୁଚନା ମୁତାବକ ନୂଆଗାଁ ବ୍ଲକ ଅନ୍ତର୍ଗତ ମହିପୁର ବନାଞ୍ଚଳ ବଡଗୋଠ ପଂଚାୟତର ଭିରୁଡା ଗ୍ରାମର ଝରିଆ ବିଶ୍ୱାଳଙ୍କ ଘରେ ବେନିୟମ ଭାବେ (୨୮୭) ଖଣ୍ଡ ଶାଗୁଆନ ଓ ମିଟିକିନିଆ ପଟା ଥିଲା। ଯାହାକି ବିଶେଷସୁତ୍ରରୁ ଖବରପାଇ ନୟାଗଡ଼ ସ୍ପେସିଆଲ ସ୍କ୍ୱାଡ ଓ ମହିପୁ୍ର ବନାଞ୍ଚଳ ଏସିଏଫ ଓ ସମସ୍ତ ଷ୍ଟାଫ ସହାୟତାରେ ଚଢାଉ କରି ପଟା ଜବତ କରିଥିଲେ।
ଏଥିରେ ମହିପୁର ବନାଞ୍ଚଳ ଏସିଏଫ ଅମିତ୍ କୁମାର ସାହୁଙ୍କ ସହିତ ବନପାଳ ସଂଗ୍ରାମ କିଶୋର ସାହୁ, ରମେଶ ମଲ୍ଲିକ, ମୀନକେତନ ନାୟକଙ୍କ ସହିତ ସମସ୍ତ କର୍ମଚାରୀ ଏହି ଚଢ଼ାଉରେ ଉପସ୍ଥିତ ରହିଥିଲେ।
