ଭୁବନେଶ୍ୱର : ନୂଆପଡ଼ା ଉପ – ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜେଡ଼ିର ୫୨ ଜଣିଆ ପ୍ରଚାର ଟିମ।ବଡ଼ଧରଣର ଲଢେଇର ସଂକେତ।ଉପ – ନିର୍ବାଚନ ପାଇଁ ପୂର୍ବତନ ମନ୍ତ୍ରୀ ଓ ବର୍ତମାନର ଓ ପୂର୍ବତନ ବିଧାୟକଙ୍କୁ ନେଇ ଏକ ପ୍ରଭାବଶାଳୀ ୫୨ଜଣିଆ ଟିମକୁ ମୈଦାନକୁ ଓଲ୍ହାଇଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ।ନେତାଙ୍କୁ ନୂଆପଡା ନିର୍ବାଚନ ମଣ୍ଡଳୀର ୨ଟି ବ୍ଲକ ନୂଆପଡା, କୋମନା ଓ ନୂଆପଡା ଏନଏସି,ଖରିଆରରୋଡ଼ ଏନଏସିରେ ପ୍ରଚାର ପାଇଁ ନିୟୋଜିତ କରାଯାଇଛି।ଅନ୍ୟପକ୍ଷେ ଏହି ତାଲିକାରେ ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ରହିଛନ୍ତି। ଯେ କି ଦଶପଲ୍ଲା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳ ତରଫରୁ ଦୁଇଦୁଇ ଥର ବିଧାନସଭା ଆସନରେ ନିର୍ବାଚନ ଲଢ଼ି ନିଜର ଦକ୍ଷତା ପ୍ରତିପାଦନ କରିବା ସହ ଲଗାତାର ୨୦୧୯ ରୁ ୨୦୨୪ ଓ ୨୦୨୪ରେ ମଧ୍ୟ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି।ରମେଶ ଜଣେ ଦକ୍ଷ ସଂଗଠକ ଭାବରେ ବେଶ ପରିଚିତ ଲାଭ କରିଥିବାବେଳେ ବିଜେଡ଼ି ସୁପ୍ରିମୋ ନୂଆପଡ଼ା ଉପ- ନିର୍ବାଚନ ପାଇଁ ତାଙ୍କୁ ଏକ ଗୁରୁ ଦାୟିତ୍ୱ୍ୱ ଦେଇଥିବା ଜଣାପଡ଼ିଛି।
