
ଦଶପଲ୍ଲା : ସ୍ପୋର୍ଟିଭ ସ୍ପୋର୍ଟ୍ସ ସୋସାଇଟି ଆନୁକୂଲ୍ୟରେ ଆଜି ସ୍ଥାନୀୟ ଗାନ୍ଧୀ ମଇଦାନରେ ସର୍ବଭାରତୀୟ ୨୬ତମ ଦଶପଲ୍ଲା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୬ ଫାଇନାଲରେ ମା’ କାମାକ୍ଷା ସ୍ପୋର୍ଟ୍ସ କ୍ଲବ, ବିହାର ସହିତ ଏସଟିଏଫସି, କାଶ୍ମୀର ପ୍ରତିଯୋଗିତାରେ କାଶ୍ମୀର ୨ ଟି ଗୋଲ ଦେଇଥିଲେ। ବିହାର କୌଣସି ଗୋଲ ପରିଶୋଧ କରିପାରିନଥିଲା ।କାଶ୍ମୀର ୨-୦ ଗୋଲରେ ବିହାର ଠାରୁ ବିଜୟ ଲାଭ କରିଥିଲା। ଆଜିର ଖେଳ ପରିଚାଳନା କରିଥିଲେ ରେଫରୀ ରାଜ କିଶୋର ମହାନ୍ତି ଲାଇନ୍ସରେ, ରବିନ୍ଦ୍ରନାଥ ନାୟକ, ପ୍ରସନ୍ନ କୁମାର ନାୟକ ଓ ଫୋର୍ଥ ଅଫିସିଆଲରେ ଅଶୋକ କୁମାର ପ୍ରଧାନ ସହଯୋଗ କରୁଥିଲେ।ଆଜିର କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ, ନୟାଗଡ ବିଧାୟକ ଡ଼କ୍ଟର ଅରୁଣ କୁମାର ସାହୁ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।
