ଖବର ପ୍ରକାଶନ ପରେ ତତ୍ପରତାଅର୍ଥ ଅଛି, ତୁରନ୍ତ ସରିବ ଅର୍ଦ୍ଧ ନିର୍ମିତ କଲ୍ଯାଣ ମଣ୍ଡପ କାର୍ଯ୍ୟ

ଦଶପଲ୍ଲା : ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନିର୍ମାଣାଧିନ କଲ୍ୟାଣମଣ୍ଡପ କାର୍ଯ୍ୟ ଅଧାପନ୍ତରିଆ ପଡି ରହିବା ଘଟଣାରେ ବିଭାଗୀୟ ତତ୍ପରତା ପ୍ରକାଶ ପାଇଛି | କଲ୍ଯାଣମଣ୍ଡପ ସମ୍ପୂର୍ଣ୍ଣକରଣ ପାଇଁ ପଞ୍ଚାୟତ ସ୍ତରରୁ ଓ ବ୍ଲକ ସ୍ତରରେ ଆବଶ୍ୟକୀୟ ଅର୍ଥ ରଖାଯାଇଛି ଓ ତୁରନ୍ତ କାର୍ଯ୍ୟ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି | ଉଲ୍ଲେଖ ଯୋଗ୍ୟ ଯେ, ଦୀର୍ଘ ଦିନ ବିତିଯାଇଥିଲେ ମଧ୍ଯ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ସରୁ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଦେଖାଦେବା ସହିତ ଏଥିନେଇ ଫେବୃଆରୀ ୩ ତାରିଖରେ “ଉତ୍ସର୍ଗ” ନ୍ୟୁଜ ପୋର୍ଟାଲରେ “ଅଧାଗଢା ଅବସ୍ଥାରେ ପଡ଼ିରହିଛି ଅର୍ଦ୍ଧନିର୍ମିତ କଲ୍ୟାଣୀ ମଣ୍ଡପ” ଶୀର୍ଷକ ଖବର ପ୍ରକାଶ ପାଇଥିଲା, ପରେ ବିଭାଗୀୟ ତରଫରୁ ତପ୍ତରତା ପ୍ରକାଶ ପାଇଥିବା ଜଣାପଡିଛି।

You might also like