ଯାତ୍ରା ଶ୍ରୀମନ୍ଦିର ଉଦ୍ଘାଟନୀ ଉତ୍ସବ

ଦଶପଲ୍ଲା : ଦଶପଲ୍ଲା ପଶ୍ଚିମାଞ୍ଚଳର କୁଲୁରୁକୁମ୍ପା ସ୍ଥିତ ହାଇସ୍କୁଲ ପଡ଼ିଆ ନିକଟରେ ଯାତ୍ରା ଶ୍ରୀମନ୍ଦିରର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟି ପ୍ରଭାରୀ ପ୍ରଦୋଷ କୁମାର ଜେନା ଯୋଗଦେଇଥିବା ବେଳେ ୯ ନମ୍ବର ଜୋନ ଭାରତୀୟ ଜନତା ପାର୍ଟି ପ୍ରଭାରୀ ମିଲୁବାବୁ ଓ ମା ‘ ବାଗଦେବୀ ଯାତ୍ରା କମିଟିର ସଭାପତି ତଥା ପୂର୍ବତନ ପଂଚାୟତ ସମିତି ଉପାଧ୍ୟକ୍ଷ ବସନ୍ତ କୁମାର ସାହୁ, ଯାତ୍ରା କମିଟି ଉପ – ସଭାପତି ପ୍ରଫୁଲ୍ଲ କୁମାର ନାୟକ ଏବଂ ମୁଖ୍ୟ ଉପଦେଷ୍ଟା ଶରତ ଚନ୍ଦ୍ର ସାହୁ ପ୍ରମୁଖ ମଂଚାସୀନ ଥିଲେ। ଯାତ୍ରା କମିଟି ଉପଦେଷ୍ଟା ସତ୍ୟନାରାୟଣ ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ଯାତ୍ରା କମିଟିର ସମସ୍ତ ସଭ୍ୟ ଯାତ୍ରା ପରିଚାଳନା କରିଥିଲେ। ଯାତ୍ରା ଶ୍ରୀମନ୍ଦିରର ପ୍ରଥମ ରାଜନୀରେ “କହଇ ଦାସ ଜଗନାଥ ” ନାଟକ ମଞ୍ଚସ୍ଥ ହୋଇଥିବାବେଳେ ଏହି ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ କୁ ଉପଭୋଗ କରିବା ପାଇଁ ପ୍ରାୟ ୧୫୦୦ ରୁ ଉର୍ଧ୍ଵ ଦର୍ଶକ ଉପସ୍ଥିତ ଥିବା ଜଣାପଡ଼ିଛି।କୁଲୁରୁକୁମ୍ପା ଭଳି ସ୍ଥାନରେ କଳାପ୍ରେମୀ ଦର୍ଶକ ମାନଙ୍କ ମନୋରଞ୍ଜନ ପାଇଁ ମା ‘ ବାଗଦେବୀ ଯାତ୍ରା କମିଟି ପକ୍ଷରୁ ବିଗ ବଜେଟ ଯାତ୍ରା ଅନୁଷ୍ଠାନ ଶ୍ରୀମନ୍ଦିର ଗଣନାଟ୍ୟ ପକାଇ ପାରିଥିବାରୁ ନାଟକ ଦେଖିସାରିବା ପରେ ଉପସ୍ଥିତ ଦର୍ଶକ ଯାତ୍ରା କମିଟିର ସଭାପତି ଶ୍ରୀ ସାହୁଙ୍କ ସମେତ କମିଟିର ସମସ୍ତ ସଭ୍ୟଙ୍କୁ ପ୍ରଶଂସା କରିଥିଲେ।

You might also like