
ଦଶପଲ୍ଲା : ଆଜି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବୁଗିଡା କଲୋନୀ ଠାରେ ଥିବା ମଣିନାଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ବିଦ୍ୟାଳୟ ପରିସରରେ ୨୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମଣିନାଗ ବହୁମୁଖୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରାଧାମୋହନ କର୍ମୀ ପରିଚାଳନା କରିଥିବାବେଳେ ନିହାର ରଞ୍ଜନ ଆଚାର୍ଯ୍ୟ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ରାଜନୀତି ବିଜ୍ଞାନ ଅଧ୍ୟାପକ ନୀଳମଣି ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ।ବିଦ୍ୟାଳୟର ବିବରଣୀ ପଠନ ବେଳେ ୧୯୯୪ ମସିହା ମାର୍ଚ୍ଚ ମାସ ୧୭ ତାରିଖରେ ପ୍ରତିଷ୍ଠାତା ସମ୍ପାଦକ ସ୍ବର୍ଗତ ଶ୍ରୀଯୁକ୍ତ ହରିହର ମହାପାତ୍ର ଓ ସଭାପତି ଶ୍ରୀଯୁକ୍ତ ଜଗଦୀଶ କଂହର ତଥା ଅଞ୍ଚଳବାସୀଙ୍କ ସହାୟତାରେ ପ୍ରତିଷ୍ଠିତ ଏହି +୨ କଲେଜ କେଉଁଭଳି ଭାବେ ବହୁ ବାଧାବିଘ୍ନ ସହି ୨୭ବର୍ଷ ଧରି ସ୍ଥାନୀୟ ଅଂଚଳରେ ଅନୁଷ୍ଠାନ ତାର ଗୌରବ ବଜାୟ ରଖିଛି ସେ ସମ୍ପର୍କରେ ଶ୍ରୀ ସାହୁ ସମସ୍ତଙ୍କୁ ଆଲୋକପାତ କରିଥିଲେ।ତତ ସହିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାୟ ୬ଗୋଟି ମୌଳିକ ସମସ୍ୟାର ସମାଧାନ କିଭଳି ଭାବରେ ହେବ ସେ ନେଇ ମଂଚାସୀନ ଅତିଥି ଙ୍କୁ ଅବଗତ କରାଇଥିଲେ। ୬ଗୋଟି ସମସ୍ୟା ମଧ୍ୟରୁ କଲେଜରେ ପାଠାଗାର, ସାଇକେଲ ଷ୍ଟାଣ୍ଡ ଓ ନଳକୂପ ଭଳି ଅନେକ ସମସ୍ୟା ରହିଛି।ମଂଚାସୀନ ଅତିଥି ଏକଥା ଶୁଣିବା ପରେ ନିଶ୍ଚିନ୍ତ ରୂପେ ଖୁବଶୀଘ୍ର ଏହାର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେବାସହ ଶିକ୍ଷା ଓ ଶିକ୍ଷା ନିକେତନର ମଂଗଳ କାମନା କରିଥିଲେ।ଶେଷରେ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଆୟୋଜିତ ସାଂକୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିବାବେଳେ ପୁରସ୍କୃତ ମଧ୍ୟ କରାଯାଇଥିଲା।
