
ଦଶପଲ୍ଲା : ଗୋଟିଏ କଲ୍ୟାଣୀ ମଣ୍ଡପ ଲୋକମାନଙ୍କ କେଉଁ କାର୍ଯ୍ୟରେ ଆସେ ତାହା ଆମେ ସମସ୍ତେ ଜାଣିଛେ। ଯଦି ଗୋଟିଏ କଲ୍ୟାଣୀ ମଣ୍ଡପ ନିର୍ମାଣ ହେବାରେ ୫ବର୍ଷ ବିତିଯାଏ ତଥାପି ଶେଷ ହୋଇପାରେ ନାହିଁ। ତେବେ ରାଜ୍ୟରେ ଉନ୍ନତି ମୂଳକ କାର୍ଯ୍ୟ କେତେ ଜୋରଶୋରରେ ଚାଲିଛି ତାହା ସ୍ପଷ୍ଟ ବାରି ହୋଇପଡୁଛି। ସରକାରଙ୍କ ତରଫରୁ ନିୟମ ରହିଛି କି ଯେଉଁ ପ୍ରକଳ୍ପ ବି ନିର୍ମାଣ ହେଉନା କାହିଁକି ସୂଚନା ଫଳକ ଲାଗିବା ନିତ୍ୟାନ୍ତ ଆବଶ୍ୟକ। ତେବେ ଏମିତି ଗୋଟିଏ କାର୍ଯ୍ୟ ଆମର ଦୃଷ୍ଟି ଗୋଚର ହୋଇଛି ଯାହା ସୂଚନା ଫଳକ ନଥାଇ ୫ ବର୍ଷ ବିତିଯାଇଥିଲେ ହେଁ ସମ୍ପୂର୍ଣ ହୋଇପାରିନାହିଁ।ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଟାକରା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଆର୍ଥିକବର୍ଷ ୨୦୨୦-୨୧ ମସିହାରେ ଏକ କଲ୍ୟାଣୀମଣ୍ଡପ ନିର୍ମାଣ ହେବାପାଇଁ ଅନୁମୋଦନ ମିଳିଥିଲା।କିନ୍ତୁ ଦୀର୍ଘ ବର୍ଷ ବିତିଯାଇଥିଲେ ବି ଏହା ସମ୍ପୂର୍ଣ ହୋଇପାରିନାହିଁ କି ସେଠାରେ କୌଣସି ଗୋଟିଏ ସୂଚନାଫଳକ ନିର୍ମାଣ ହୋଇନାହିଁ। ସ୍ଥାନୀୟ ଜନସାଧାରଣଙ୍କ କହିବା ମୁତାବକ ୫ବର୍ଷ ଧରି କଲ୍ୟାଣମଣ୍ଡପର କାର୍ଯ୍ୟ ନ ସରିବା ଏହା ଏକ ଦୁଃଖର ବିଷୟ।କଲ୍ୟାଣମଣ୍ଡପ ନିର୍ମାଣ ନ ହେବା ସମ୍ପର୍କେ କାହାର ନିଘା ନାହିଁ।ଖୋଦ ପଂଚାୟତ କାର୍ଯ୍ୟାଳୟ ପରିସରରେ ଥାଇ ମଧ୍ୟ ଏହା ସମ୍ପୂର୍ଣ୍ଣ ନହେବା, ସୂଚନାଫଳକ ନ ଲାଗିବା ଏହା ହାସ୍ୟାସ୍ପଦ କଥା।

ବିଭିନ୍ନ ସମୟରେ ଟାକରା ପଂଚାୟତ କାର୍ଯ୍ୟାଳୟ କୁ ବିଭିନ୍ନ ବିଭାଗୀୟ ଅଧିକାରୀ ଆସୁଥିବାବେଳେ କିଭଳି ତାଙ୍କର ଦୃଷ୍ଟି ଉକ୍ତ କଲ୍ୟାଣୀମଣ୍ଡପ ଉପରେ ପଡୁନାହିଁ, ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ଆମେ ସ୍ଥାନୀୟ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ର କୁମାର ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ଆଗରୁ ହେଉଥିଲା ଅଧାଗଢ଼ା ହୋଇପଡିଛି ୧୦ ଲକ୍ଷ୍ୟ ଟଙ୍କା ଆସିଥିଲା ଓ ଏସ.ଏଫ.ସି ରୁ ୫ଲକ୍ଷ୍ୟ ଆସିଥିଲା। ଯେତେବେଳେ ନିର୍ମାଣ ହେଉଥିଲା ସେତେବେଳେ ମୁଁ ନଥିଲି। କେତେବର୍ଷ ଲାଗିଯିବ ନିର୍ମାଣ ହେବାକୁ ତାହା କହିପାରିବିନି। ଅଧାଗଢା ହୋଇ ପଡ଼ିରହିଛି ବୋଲି ସମସ୍ତେ ଜାଣିଛନ୍ତି।ପରେ ଦଶପଲ୍ଲା ବିଡ଼ିଓ ଶରତ ଚନ୍ଦ୍ର ମଲ୍ଲିକ ଙ୍କୁ ପଚାରିବାରୁ ମୁଁ ନୂଆ ଆସିଛି, କଣ ହେଇଛି ଜାଣିନାହିଁ ଦେଖିକି କହିବି ବୋଲି ପ୍ରତିକ୍ରିୟା ରଖିଥିଲେ।ତେବେ ଦେଖାଯାଉ ଖବର ପ୍ରସାରଣର କେତେଦିନ ପରେ ନିର୍ମାଣ ହେଉଛି ସୂଚନାଫଳକ ଓ କଲ୍ୟାଣୀମଣ୍ଡପର ଅବଶିଷ୍ଠ କାର୍ଯ୍ୟ।
