ଆରପାରିରେ ୨ଟଙ୍କିଆ ଡ଼ାକ୍ତର

ଆଉ ନାହାଁନ୍ତି ଗରିବମାନଙ୍କ ଡ଼ାକ୍ତର ବନ୍ଧୁ ଡାକ୍ତର ଏ.କେ. ରାଇରୁ ଗୋପାଳ । ସେ ୨ଟଙ୍କିଆ ଡ଼ାକ୍ତର ଭାବେ ସେ ଖୁବ୍ ପରିଚିତ । ବାର୍ଦ୍ଧକ୍ୟ ଜନିତ ରୋଗ ଯୋଗୁଁ ସେ ୮୦ ବର୍ଷ ବୟସରେ ଆଖି ବୁଜିଛନ୍ତି । ତାଙ୍କର ପରିବାର କହିଲେ ସ୍ତ୍ରୀ, ଗୋଟିଏ ପୁଅ ଏବଂ ଝିଅ । ଗତ ୫୦ ବର୍ଷ ଧରି ଡାକ୍ତର ରାୟରୁ ନିଜ କ୍ଲିନିକରେ ମାତ୍ର ୨ ଟଙ୍କାରେ ଗରିବ ରୋଗୀଙ୍କ ଚିକିତ୍ସା କରୁଥିଲେ । ଗତ ୫୦ ବର୍ଷ ଧରି ଡାକ୍ତର ରାୟରୁ ନିଜ କ୍ଲିନିକରେ ମାତ୍ର ୨ ଟଙ୍କାରେ ଗରିବ ରୋଗୀଙ୍କ ଚିକିତ୍ସା କରୁଥିଲେ । ସେ ତାଙ୍କ ଫିସ୍ ପାଇଁ ଖୁବ୍ ପ୍ରସିଦ୍ଧ ।ଡାକ୍ତର ଜଣକ ଖାଲି ଚିକିତ୍ସା କରୁନଥିଲେ ବରଂସେମାନଙ୍କୁ ମାଗଣାରେ ଔଷଧ ମଧ୍ୟ ଯୋଗାଇ ଦେଉଥିଲେ । ତାଙ୍କର ଏଭଳି ମାନବିକତା ପାଇଁ ଏକ ଭିନ୍ନ ପରିଚୟ ସୃଷ୍ଟି ହୋଇପାରିଛି । ତାଙ୍କ ଦେହ ଅସୁସ୍ଥ ହେବାରୁ ୨୦୨୪ ମସିହାରେ କ୍ଲିନିକ୍ ବନ୍ଦ କରିବାକୁ ପଡିଥିଲା । ଯାହା ରୋଗୀମାନଙ୍କ ପାଇଁ ବଡ଼ ଝଟକା ଦେଇଥିଲା । ରବିବାର ଅପରାହ୍ଣରେ କନ୍ନୁରର ପାୟମ୍ବଲମରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।

You might also like