ମାନସିକ ପୂରଣ ପାଇଁ କାଉଡ଼ିଆଙ୍କ ଦ୍ଵାରା ଜଳ ସମର୍ପଣ

ଦଶପଲ୍ଲା : ଦଶପଲ୍ଲା ବ୍ଲକର ବିଭିନ୍ନ ଶୈବପୀଠରେ ପବିତ୍ର ଶ୍ରାବଣ ମାସର ଶେଷ ରବିବାର ଦିନ ଭିଡ଼ ଜମିଥିଲା। ଗଣିଆ ସ୍ଥିତ ରାଉତପଡ଼ା ନିକଟ ମହାନଦୀ କୂଳରେ ମହାପ୍ରଭୁ ଶଙ୍କର ଙ୍କୁ ସ୍ମରଣ କରି ସେଠାରେ ବାଲୁକା ସ୍ଥାପନ କରି ବୁଡ଼ ପକାଇ ଜଳ ଉଠାଇଥିଲେ ଏବଂ ସେଠାରେ ଧୂପ, ଦ୍ଵୀପ, ଅର୍ଘ୍ୟ, ଭୋଗ ଅର୍ପଣ କରି ମହାଦେବଙ୍କ ନାମକୁ ବିଭିନ୍ନ ଢ଼ଙ୍ଗରେ ଉଚ୍ଚାରଣ କରି ବାଲୁକା ପ୍ରତିମୂର୍ତ୍ତିକୁ ପୂଜାକରି ରାଉତପଡ଼ା ଠାରୁ ବାହାରି ମଧ୍ୟଖଣ୍ଡ ସ୍ଥିତ ସ୍ଵପ୍ନେଶ୍ୱର୍ ପୀଠରେ ପାଣି ଢ଼ାଳି ଥିଲେ l ସେହିଭଳି ଦଶପଲ୍ଲା ବ୍ଲକର ବିଭିନ୍ନ ଶୈବପୀଠ ଯଥା ଡିହଗାଁର ବାବା ଜଳେଶ୍ୱର, ଦଶପଲ୍ଲା ମାଳିସାହି ବାବା ନୀଳକଣ୍ଠେଶ୍ଵର ଆଦି ପୀଠ ସ୍ଥାନକୁ ପାଣି ନେଇ ସୋମବାର ଦିନ ପ୍ରଭୁଙ୍କ ଲିଂଗରେ ଜଳ ଢାଳିଥିଲେ l ପୁଣ୍ୟ ମହାତ୍ମା ଶ୍ରାବଣ ମାସ ଶେଷ ସୋମବାର ଦିନ ସେମାନଙ୍କ ମାନସିକ ଧାରି ପ୍ରଭୁଙ୍କ ପାଖରେ ସମର୍ପଣ କରି ପାଣି ଢାଳିଥିଲେ l ମାସର ଶେଷ ସୋମବାର ହୋଇଥିବାରୁ ପ୍ରତ୍ୟେକ ସ୍ଥାନରେ ବେଶ୍ ଭିଡ଼ ଜମିଥିଲl l

You might also like