
୧୫୦ ତାଳଗଛ ରୋପଣ କାର୍ଯ୍ୟକ୍ରମ
ଦଶପଲ୍ଲା ରୁ ଚିତରଞ୍ଜନମିଶ୍ରଙ୍କ ରିପୋର୍ଟ
ଦଶପଲ୍ଲା:ମଙ୍ଗଳବାର ଦିନ ଦଶପଲ୍ଲା ଏନ୍ଏସି ଅଫିସ ନିକଟ କୁଆଁରିଆ ନଦୀ ପାର୍ଶ୍ବରେ ଆର.ଏସ.ଏସ ଦଶପଲ୍ଲା ଶାଖା ତରଫରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ପ୍ରାୟ ୧ଶହ ୫୦ ତାଳଗଛ ଲଗାଯାଇଥିବା ଜଣାପଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଆର.ଏସ.ଏସ ତରଫରୁ ମାନସ କୁମାର ସାହୁ, ହୃଷିକେଶ ପ୍ରଧାନ, ଶେଷଦେବ ସାହୁ, ଭାଜପା ନେତା ରାଘବ ମଲ୍ଲିକ, ସମେତ ବହୁ ଭାଜପା କର୍ମୀ ଏବଂ ଆର.ଏସ.ଏସ ସଦସ୍ୟ ମାନେ ଅଂଶ ଗ୍ରହଣ କରିଥିଲେ,
