
ସାପ କାମୁଡ଼ା ପାଇଁ ସଚେତନତା କାର୍ଯ୍ୟକ୍ରମ
ଦଶପଲ୍ଲା : ଆଜି ଦଶପଲ୍ଲା ବ୍ଲକ ଅଧିନସ୍ଥ ଟାକରା ଗ୍ରାମ ପଞ୍ଚାୟତର ରଥିପୁର, ଗୋପାଳପୁର ଠାରେ ବ୍ଲକ ପ୍ରଶାସନ, ଦଶପଲ୍ଲା ସୌଜନ୍ୟରେ ଉତ୍କଳ ଯୁବ ସାଂସ୍କୃତିକ ପାଲା ମଣ୍ଡଳୀ, ପୁରୁଣା ଦଶପଲ୍ଲା ଦଳ ତରଫରୁ ସାପ କାମୁଡ଼ା ପ୍ରତି ସାବଧାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଗାୟକ ବନମାଳୀ ରଣା, ବାୟକ ବିମ୍ବାଧର ସାହୁ,ପାଳିଆ ସୁନନ୍ଦ କୁମାର ସାହୁ, ମନୋରଞ୍ଜନ ପାତ୍ର, ଅନ୍ତର୍ଯ୍ୟାମୀ ରଣା ଉପସ୍ଥିତ ରହି ପାଲା ମାଧ୍ୟମରେ ଉପସ୍ଥିତ ଜନସାଧାରଣ ଙ୍କୁ ସଚେତନ କରିବା ସହିତ ନିଜନିଜ ଗ୍ରାମରେ ଏହି କଥାକୁ କହିବାକୁ ପରାମର୍ଶ ଦେଇଥିଲେ।ଯଦି ସାପ କାମୁଡ଼ିଥାଏ, ତେବେ ଶାନ୍ତ ରୁହନ୍ତୁ ଏବଂ ତୁରନ୍ତ ଡାକ୍ତରୀ ଚିକିତ୍ସା କରନ୍ତୁ।

ଭୟଭୀତ ହୁଅନ୍ତୁ ନାହିଁ, କାରଣ ଏହା ହୃଦସ୍ପନ୍ଦନ ବୃଦ୍ଧି କରିପାରେ ଏବଂ ବିଷ ପ୍ରସାରଣକୁ ତ୍ୱରାନ୍ୱିତ କରିପାରେ। ପ୍ରଭାବିତ ଅଙ୍ଗକୁ ଅଚଳ କରନ୍ତୁ, ଯେକୌଣସି ଅଳଙ୍କାର କିମ୍ବା ଟାଇଟ୍ ପୋଷାକ କାଢିଦିଅନ୍ତୁ, ଏବଂ କାମୁଡ଼ା ସ୍ଥାନକୁ ଟୋର୍ନିକେଟ ନ ଲଗାଇ ଧୀରେଧୀରେ ପଟି ଲଗାନ୍ତୁ। କ୍ଷତ କାଟିବା କିମ୍ବା ବିଷ ଶୋଷିବା ପରି ଘରୋଇ ଉପଚାର ଏଡାନ୍ତୁ। ଏହା ବଦଳରେ, ଜରୁରୀକାଳୀନ ସେବା ସହିତ ଯୋଗାଯୋଗ କରନ୍ତୁ କିମ୍ବା ଯଥାଶୀଘ୍ର ସମ୍ଭବ ହସ୍ପିଟାଲକୁ ଯାଆନ୍ତୁ।ଭଳି ସଚେତନତା ବାର୍ତ୍ତା ଉପସ୍ଥିତ ପାଲାମଣ୍ଡଳୀ ଦଳ ଲୋକମାନଙ୍କୁ କହିଥିଲେ। ଏଭଳି ଏକ ନିଆରା କାର୍ଯ୍ୟକ୍ରମକୁ ଉପସ୍ଥିତ ଜନସାଧାରଣ ପ୍ରଶଂସା କରିବା ସହିତ ସ୍ଥାନୀୟ ଅଂଚଳର ଛବିରାଜ ସାହୁ, ମନମୋହନ ଆଚାର୍ଯ୍ୟ, ରବି ନାରାୟଣ ସାହୁ ସହଯୋଗ କରିଥିଲେ।
