
ରବିବାର ଦିନ ବାଣୀଗୋଛାରେ ରକ୍ତଦାନ ଶିବିର
ଦଶପଲ୍ଲା :ଆସନ୍ତା ଅଗଷ୍ଟ ୧୦ ତାରିଖ (ରବିବାର)ଦିନ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବାଣୀଗୋଛାର ସ୍ଥାନୀୟ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ।ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଏହି ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। ଏଭଳି ଏକ ମହତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହ ରକ୍ତଦାନ କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ସ୍ବେଛାସେବୀ, ରକ୍ତଦାତା ଓ ବିଭିନ୍ନ ସଂଗଠନକୁ ନିବେଦନ କରାଯାଇଛି। ସକାଳ ୯ଟାରେ ଏହି ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ ଅଧିକ ଜାଣିବା ପାଇଁ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟର ସଭ୍ୟ ୭୯୭୮୯୭୪୮୦୨ (ବାପିଭାଇ),୬୩୭୦୨୮୨୫୩୦ (ରାଜୁଭାଇ କୁଲୁରୁକୁମ୍ପା),୮୯୧୭୬୭୦୩୪୧ (ସୁବାଷ ଚନ୍ଦ୍ର ବାରିକ ) ଙ୍କୁ ଯୋଗାଯୋଗ କରିପାରିବେ।
