ଖଣ୍ଡପଡ଼ା ରାଜା ସାହେବ୍ ତଥା ପୂର୍ବତନ ଉପ ବାଚସ୍ପତି ଶ୍ରୀଯୁକ୍ତ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ ।

ଖଣ୍ଡପଡ଼ା : ଚିକିତ୍ସାଧୀନ ସମୟରେ ଖଣ୍ଡପଡ଼ା ରାଜା ସାହେବଙ୍କ ମୃତ୍ୟୁଘଟିଛି । ଶାରୀରିକ ଅସୁସ୍ଥତା କାରଣରୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସା ହେଉଥିଲେ ରାଜା ସାହେବ୍।ସ୍ଵର୍ଗତ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ଗତକାଲି ମଧ୍ୟରାତ୍ରରେ ୭୦ ବର୍ଷ ବୟସରେ ପରଲୋକ ଘଟିଛି ।ସ୍ବର୍ଗତ ରାଜା ସାହେବ୍ ଶ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ ଙ୍କ ବାପା ସ୍ବର୍ଗତ ହରିହର ସିଂହ ମର୍ଦ୍ଦରାଜ ଭ୍ରମରବର ରାୟ ଖଣ୍ଡପଡ଼ା ଗଡ଼ଜାତର ଶେଷ ରାଜା ତଥା, ପ୍ରଥମ ବିଧାୟକ ଥିଲେ । ତତ୍କାଳୀନ କଂଗ୍ରେସ ସରକାରରେ ଚାରିଥର ବିଧାୟକ ହୋଇଥିବା ବେଳେ, ମନ୍ତ୍ରୀ ମଧ୍ୟ ପାଇଥିବା ଜଣାପଡ଼ିଛି । ୧୯୫୫ ଜାନୁଆରୀ ୪ ତାରିଖ ରେ ଜନ୍ମ ଗ୍ରହଣ କରିଥିଲେ ରାଜା ସାହେବ୍ । ପରବର୍ତ୍ତୀ ସମୟରେ ଜାତୀୟ କଂଗ୍ରେସ ଦଳର ଯୋଗଦେବା ସହ, ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ୧୯୮୦ ମସିହାରେ ନିର୍ବାଚନ ଲଢି ପ୍ରଥମ ବିଧାୟକ ହୋଇଥିଲେ । ୧୯୮୦ ରୁ ୧୯୮୫, ଦ୍ୱିତୀୟ ଥର ବିଧାୟକ ୧୯୮୫ ରୁ ୧୯୯୦ ମସିହା ପର୍ଯ୍ୟନ୍ତ ହୋଇଥିଲେ । ୧୯୯୦ ମସିହାରେ ଅରୁଣ ପଟ୍ଟନାୟକ ଙ୍କ ଠାରୁ ନିର୍ବାଚନ ଲଢି ହାରିଥିଲେ । ପରବର୍ତ୍ତୀ ସମୟରେ ପୁଣି ୧୯୯୫ ମସିହାରୁ ୨୦୦୦ ମସିହା ପର୍ଯ୍ୟନ୍ତ ତ୍ତୃତୀୟ ଥର ବିଧାୟକ ହେବା ସହ ଓଡ଼ିଶା ବିଧାନସଭା ର ଉପବାଚସ୍ପତି ହୋଇଥିଲେ । ହେମାନନ୍ଦ ବିଶ୍ଵାଳଙ୍କ ସରକାରରେ ପର୍ଯ୍ୟଟନ ବିଭାଗ ମନ୍ତ୍ରୀପଦ ସମ୍ଭାଳିଥିଲେ।ସ୍ବର୍ଗତ ରାଜା ସାହେବ୍ ଶ୍ରୀଯୁକ୍ତ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ, ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ଅନେକ ବିକାଶ କରିଛନ୍ତି । ନଦୀବନ୍ଧ ଯୋଜନା, କେନାଲ, ଦ୍ୟାମ୍ ନିର୍ମାଣ କରିଥିଲେ । ଲୋକମାନଙ୍କ ସହ ସହଜରେ ମିଶୁଥିଲେ । ଅଭିଯୋଗ ଶୁଣୁଥିଲେ । ବିଶେଷକରି ଛାତ୍ର ଛାତ୍ରୀ ମାନଙ୍କ ସହ ମିଶିବାକୁ ପସନ୍ଦ କରୁଥିଲେ । କୋଷ୍କା ଠାରେ ଆୟୋଜିତ ହେଉଥିବା ପ୍ରତିବର୍ଷ ଶିଶୁ ଦିବସରେ ଛୋଟ ଛୋଟ ପିଲା ମାନଙ୍କ ସହ ମିଶି ବିଭିନ୍ନ କୌତୁକିଆ ପ୍ରଶ୍ନପଚାରି ଉପହାର ଦେଇଥିଲେ ।ଶରୀର ଅସୁସ୍ଥତା କାରଣରୁ , ବେସି ସମୟ ଭୁନେଶ୍ବରସ୍ଥିତ ବାସ ଭବନରେ ରହୁଥିଲେ ମଧ୍ୟ, ମଝିରେ ମଝିରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ବୁଲି ଲୋକ ମାନଙ୍କ ସମସ୍ୟା ବୁଝୁଥିଲେ । ଦୁଃଖିରଙ୍କି ଙ୍କୁ ଦାନ କରୁଥିଲେ । ଖଣ୍ଡପଡ଼ା ରାଜନୀତିରେ ରାଜବଂଶ ଦୀର୍ଘ ୪୦ ବର୍ଷ ରୁ ଉର୍ଦ୍ଧ ସମୟ ଧରି ଶାସନ କରି ଆସିଛନ୍ତି । ଆଜି ମର ଶରୀର ଖଣ୍ଡପଡ଼ା ରାଜବାଟି କୁ ଆସିବା ପରେ, ରାଜବଂଶ ନୀତି ନିୟମ ଅନୁସାରେ, ଅନ୍ତିମ ସଂସ୍କାର ହେବ ଓ ଯୁବରାଜ ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସିଦ୍ଧାର୍ଥ ଶେଖର ସିଂହ ମର୍ଦ୍ଦରାଜ ନୂତନ ରାଜା ଭାବେ ଭୂଷିତ ହେବେ ।ଓଡ଼ିଶା ରାଜନୀତି ରେ ସବୁବେଳେ ଚର୍ଚ୍ଚାରେ ରହି ଆସିଥିଲେ ସ୍ବର୍ଗତ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ। ତାଙ୍କ ମୃତୁ ଖବର ଶୁଣି ଖାଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ତାଙ୍କ ବାସ ଭବନରେ ପହଂଚି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏଥିସହ ଅନେକ ରାଜନେତା, ବିଧାୟକ, ମନ୍ତ୍ରୀ ବିଶେଷକରି ଖଣ୍ଡପଡ଼ା ଅଞ୍ଚଳ ବାସି ଗଭୀର ଶୋକ ପ୍ରକାଶ କରିଛନ୍ତି।

You might also like