ଧାନ ମଣ୍ଡି ଖୋଲିବା ଦାବୀତହସିଲ ଅଫିସ ସମ୍ମୁଖରେ ଚାଷୀଙ୍କ ଧାରଣା

ଦଶପଲ୍ଲା – ଦଶପଲ୍ଲା ବ୍ଳକ ଅନ୍ତର୍ଗତ ଡିହଗାଁ ଜଳେଶ୍ଵର ସେବା ସମବାୟ ସମିତି ଲିଃ ଅନ୍ତର୍ଗତ ଚାଷୀ ମାନେ ବୁଧବାର ଠାରୁ ଦଶପଲ୍ଲା ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ଧାରଣା ଆରମ୍ଭ କରିଛନ୍ତି | ୨୦୧୮-୧୯ ଆର୍ଥିକ ବର୍ଷରେ ସମିତିରେ ଧାନ କିଣାବିକାରେ ତ୍ରୁଟି ଅଛି ବୋଲି ଦର୍ଶାଯାଇ ସମିତିକୁ ଧାନ କିଣାବିକାରୁ ବଞ୍ଚିତ କରାଯାଇଥିବା ବେଳେ ଏଥିପାଇଁ ଚାଷୀ ମାନେ ନାହିଁ ନଥିବାର ଅସୁବିଧା ସମ୍ମୁଖୀନ ହେଉଥିବାର ଦର୍ଶାଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରିଛନ୍ତି | ଇତି ମଧ୍ୟରେ ଚଳିତ ବର୍ଷର ଚାଷୀ ପଞ୍ଜୀକରଣ ୧୫ ଦିନ ବିତି ଯାଇଥିଲେ ମଧ୍ୟ ଚାଷୀ ମାନଙ୍କ ପାଇଁ ସମିତିରେ ପଞ୍ଜୀକରଣ ବ୍ୟବସ୍ଥା କରାଯାଉ ନଥିବାରୁ ଚାଷୀ ମାନେ କ୍ଷୋଭ ଓ ଅସନ୍ତୋଷ ବ୍ୟକ୍ତ କରିଛନ୍ତି | ଏଥିସହିତ ଅନେକ ପ୍ରଶ୍ନର ମଧ୍ଯ ଉତ୍ତରକୁ ଅପେକ୍ଷା କରାଯାଇଛି | ସମିତିରେ ଚାଷୀ ମାନଙ୍କ ପାଇଁ ପୂର୍ବବତ୍ ପଞ୍ଜୀକରଣ ତଥା ଧାନ କିଣାବିକାର ବ୍ୟବସ୍ଥା ପାଇଁ ଦାବୀ କରିଛନ୍ତି | ଦାବୀ ପୂରଣ ନହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଜଣାପଡିଛି |

You might also like