
ଅର୍ଥ ବିଭାଗ ପ୍ରମୁଖ ସଚିବଙ୍କ ଦଶପଲ୍ଲା ଗସ୍ତ
ଦଶପଲ୍ଲା – ଅର୍ଥ ବିଭାଗ ପ୍ରମୁଖ ସଚିବ ସଂଜୀବ କୁମାର ମିଶ୍ର ଆଜି ଦିନିକିଆ ଦଶପଲ୍ଲା ଗସ୍ତରେ ଆସି ଦିନ ତମାମ ବିଭିନ୍ନ ଅଞ୍ଚଳ ଗସ୍ତକରି ଉନ୍ନୟନ୍ନ ମୂଳକ କାର୍ଯ୍ୟ ଗୁଡିକର ତଦାରଖ କରିବା ସହିତ ବିଭିନ୍ନ ଯୋଜନାର କାର୍ଯ୍ୟଧାରା ନେଇ ହିତାଧିକାରୀ ମାନଙ୍କ ଠାରୁ ମତାମତ ସଂଗ୍ରହ କରିଥିଲେ | ଇତ୍ୟବସରରେ ସଚିବ ଖମାରସାହିକୁ ପାଇପ୍ ଜଳ ଯୋଗାଣ ବ୍ୟବସ୍ଥା, ଏନ୍ଏସିର ରାଧା ମୋହନ ଜୀଉ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ, ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୱାର୍ଡ଼ ନମ୍ବର ୧ ର ସ୍ଵରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ, ନଛିପୁର ପଞ୍ଚାୟତର ଅଙ୍ଗନୱାଡି କେନ୍ଦ୍ର, ଟାକରା ଗ୍ରିଡ୍ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବୁଗୁଡ଼ା ପରିଦର୍ଶନ କରିଥିଲେ | ବଡ଼କଥା ହେଲା, ସଚିବ ବିଭିନ୍ନ ଅଞ୍ଚଳ ଗସ୍ତ ସହିତ ଦଶପଲ୍ଲା ଆକାଂକ୍ଷୀ ବ୍ଲକର କାର୍ଯ୍ୟଧାରା ସମୀକ୍ଷା କରିବା ସହିତ ପଥୁରିଆ ଠାରେ ସୁଭଦ୍ରା ହିତାଧିକାରୀ ମାନଙ୍କ ସହିତ ଓ ବୁଗୁଡ଼ା ହାଇସ୍କୁଲ ଠାରେ ହଷ୍ଟେଲ ଛାତ୍ରୀ ମାନଙ୍କ ସହିତ ଆଲୋଚନା କରି ବିଭିନ୍ନ ବିଷୟରେ ତଥ୍ଯ ସଂଗ୍ରହ କରିଥିଲେ | ସଚିବଙ୍କ ସହିତ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର ସମେତ ବିଭିନ୍ନ ବିଭାଗର ବହୁ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ |
