
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଏନ ଏ ସି ମାନ୍ୟତା ପାଇବା ପରେ ଏନ ଏ ସି ଅନ୍ତର୍ଗତ ସାତପାଟଣା ପଞ୍ଚାୟତ ଟି ଅବହେଳିତ ଅବସ୍ଥାରେ ଗତି କରୁଛି। ଦଶପଲ୍ଲା ର ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ଦୁର୍ଗାବଜାର ଓ ସାତପାଟଣା କୁ ବୁଝାଏ। ତେବେ ଦୁର୍ଗାବଜାର ମୁଖ୍ୟ ତୋରଣ ଠାରୁ ତେନ୍ତୁଳି ପାଟଣା ପ୍ରାୟ ୨ କିମି ରାସ୍ତା ମରଣ ଯନ୍ତାରେ ପାଲଟିଯାଇଛି। ବହୁ ଦିନର ଦାବି ପରେ ଏ ରାସ୍ତା ର ଉନ୍ନତି କରଣ କାର୍ଯ୍ୟ କୁ ଆର ଆଣ୍ଡ ବି ବିଭାଗ କୁ ହସ୍ତାନ୍ତର କରାଯିବା ପାଇଁ ଏନ.ଏ.ସି ଭାଇସ ଚେୟାରମ୍ୟାନ କିଶୋର ଚନ୍ଦ୍ର ଦାଶ ବହୁ ଚେଷ୍ଠା ପରେ ଆଜି ସଫଳ ହୋଇଛନ୍ତି। ଆର ଆଣ୍ଡ ବି ବିଭାଗ କୁ ହସ୍ତାନ୍ତର ପାଇଁ ଚିଠି ଆସିଥିଲା। ଚିଠି ପାଇବା ପରେ ଗୁରୁବାର ଦିନ ଏନ ଏ ସି ତରଫରୁ ସହକାରୀ ଯନ୍ତ୍ରୀ ସୁଜିତ କୁମାର ସେଠି ଙ୍କ ଦ୍ଵାରା ରାସ୍ତା ମାପ କାର୍ଯ୍ୟ ଆରମ୍ଭ କରିବା ସହିତ ଭାଇସ ଚେୟାରମ୍ୟାନ କିଶୋର ଚନ୍ଦ୍ର ଦାଶ, କାଉନସିଲର ଅରୁଣ ଦାସଙ୍କ ସହିତ ଏନ ଏ ସି ର କର୍ମଚାରୀ ଉପସ୍ଥିତ ଥିଲେ।ଏ ସମସ୍ୟା ଦୂର ହୋଇଥିବାରୁ ଲୋକପ୍ରିୟ ସରକାର ମୋହନ ସରକାର, ଏବଂ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କୁ ସାତପଟଣା ବାସୀ ତଥା ଭାଇସ ଚେୟାରମ୍ୟାନ କିଶୋର ଚନ୍ଦ୍ର ଦାଶ କୃତଂଜ୍ଞତା ଜ୍ଞାପନ କରିଛନ୍ତି।
