
ବୌଦ୍ଧ : ହରଭଙ୍ଗା ଥାନା ଛତ୍ରଙ୍ଗ ପଞ୍ଚାୟତର ଝାରଖମଣ ଛକ ନିକଟରେ ଶୁକ୍ରବାର ଦିନ ଅପରାହ୍ନ ୨ ଘଟିକା ସମୟେ ଘଟିଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଫଳରେ ଘଟଣା ସ୍ଥଳରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାଥାଉକି ଗତକାଲି ଅପରାହ୍ନ ୨ ଘଟିକା ସମୟରେ ମୁଢ଼ି (ଚାଉଳ ) ବୋଝେଇ ପିକପ ଭ୍ୟାନ ଚାରିଛକ ରୁ କୁଶଙ୍ଗ ଅଭିମୁଖେ ଯାଉଥିବାବେଳେ ଛତ୍ରଙ୍ଗ ଗ୍ରାମର ଭରତ ଚନ୍ଦ୍ର ବାରିକ (୭୦) କଣ୍ଠିପଦରରୁ ଛତ୍ରଙ୍ଗ ଅଭିମୁଖେ ନିଜ ସାଇକେଲ ଯୋଗେ ଯାଉଥିଲେ ଠିକ ଏତିକି ବେଳେ ଝାରଖମଣ ଛକ ନିକଟରେ ଭରତଙ୍କୁ ଧକ୍କା ଦେଇଥିଲା ପିକପଭ୍ୟାନ। ଫଳରେ ଘଟଣା ସ୍ଥଳରେ ଭରତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିବା ବେଳେ ଭରତଙ୍କୁ ଧକ୍କା ଦେଇ ପିକପ ଭ୍ୟାନଟି ମଧ୍ୟ ଓଲଟି ପଡ଼ିଥିଲା। ଡ୍ରାଇଭର ଜଣକ ଆହତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତେଜନା ଲାଗି ରହିଥିବା ବେଳେ ହରଭଙ୍ଗା ପୋଲିସ ଘଟଣା ସ୍ଥଳରେ ପହଂଚି ବୁଝାସୁଝା କରିବା ପରେ ଉତେଜନା ଥମିଥିବା ଜଣାପଡ଼ିଛି।ଅନ୍ୟପକ୍ଷେ ମୃତ ଭରତଙ୍କ ପରିବାର କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଜନସାଧାରଣ ଦାବୀ କରିଥିବା ଜଣାପଡ଼ିଥିଲା।
