
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ସ୍ଥିତ ବାବା ସିଦ୍ଧେସ୍ୱର ମନ୍ଦିର ପ୍ରାଙ୍ଗଣରେ ପ୍ରତ୍ୟକ ବର୍ଷ ରକ୍ଷାବନ୍ଧନ ଉତ୍ସବ ବା ଗହ୍ମାପୂର୍ଣିମା ଦିନ ଅପରାହ୍ନ ସମୟରେ ସ୍ଥାନୀୟ ଅଂଚଳର କୁନିକୁନି ଛୋଟପିଲା ଏବଂ ଯୁବଗୋଷ୍ଠୀଙ୍କୁ ନେଇ ଗହ୍ମାଡିଆ କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ ।କିନ୍ତୁ ଗତ ୫ବର୍ଷରୁ ଅଧିକ ସମୟ ହେବ ଏହି କାର୍ଯ୍ୟକ୍ରମଟି ବନ୍ଦ ଥିବା ଜଣାପଡ଼ିଥିବା ବେଳେ ଚଳିତବର୍ଷ ଠାରୁ ପୁଣିଥରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ସ୍ଥାନୀୟ ଯୁବଗୋଷ୍ଠୀଙ୍କ ସହଯୋଗରେ। ଯାହାଦ୍ୱାରା ସ୍ଥାନୀୟ ଯୁବଗୋଷ୍ଠୀ ଓ ଛୋଟଛୋଟ ପିଲାମାନେ ଏଥିରେ ଅଂଶ ଗ୍ରହଣ କରି ବହୁ ଖୁସିବ୍ୟକ୍ତ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଶାନ୍ତ କୁମାର ସାହୁ, ନିର୍ମଳ ଚନ୍ଦ୍ର ବାରିକ, ସିବତ୍ସ ବେହେରା, ଦୀପକ କୁମାର ପରିଡ଼ା, ସନ୍ତୋଷ କୁମାର ସାହୁ,ଅଶୋକ କୁମାର ସାହୁ, ରଞ୍ଜନ ପରିଡ଼ା,ବାସୁଦେବ ସାହୁ, ଶିବାନନ୍ଦ ସାହୁ, ନିହାର ରଞ୍ଜନ ମହାନ୍ତି, ଚନ୍ଦନେଶ୍ୱର ଦାସଙ୍କ ସମେତ ଅନେକ ଯୁବକ ଉପସ୍ଥିତ ରହି କାର୍ଯ୍ୟକ୍ରମର ଆୟୋଜନ କରିଥିବା ବେଳେ ଅନୁରୂପ ଭାବରେ କୁଲୁରୁକୁମ୍ପା ଗ୍ରାମ ଠାରେ ମଧ୍ୟ ଗହ୍ମାଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
