
ଦଶପଲ୍ଲା : ରବିବାର ଦିନ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବାଣୀଗୋଛା ସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଆୟୋଜିତ ସ୍ବେଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ସମୁଦାୟ ୩୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଡ୍ରାଇଭର ମହାସଂଘ ଓଡ଼ିଶା, ଦଶପଲ୍ଲା ଶାଖା ଏଵଂ ଅପରେଟର ମହାସଂଘ ଓଡ଼ିଶା, ଦଶପଲ୍ଲା ଶାଖା ପକ୍ଷରୁ ସଭ୍ୟମାନେ ଯୋଗଦେଇ ସ୍ବେଛାକୃତ ଭାବରେ ରକ୍ତଦାନ କରିବା ସହିତ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟକୁ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ପ୍ରଶଂସା କରିଥିଲେ। ଡ୍ରାଇଭର ମହାସଂଘ ତରଫରୁ ଚନ୍ଦ୍ରକାନ୍ତ ମହାପାତ୍ର, ଦେବାଶିଷ ସାହୁ, ପ୍ରଶାନ୍ତ ପ୍ରଧାନ, ମନୋଜ ନାୟକ, ତୃପ୍ତି ରଞ୍ଜନ ସାହୁ, ବସନ୍ତ କୁମାର ଜେନା, ସନାତନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ କରିଥିବାବେଳେ ଅପରେଟର ମହାସଂଘ ତରଫରୁ ରଞ୍ଜନ ବେହେରା, ଦିବାକର ସାହୁ,ସଞ୍ଜୟ ବେହେରା,ସୁଷ୍ମନ୍ତ ବାରିକ, ଦୁଷ୍ମନ୍ତ ନାୟକ, ବିନୟ ବଘର, କୁଳମଣି ଡାଙ୍ଗ, ପ୍ରଦୀପ ପ୍ରଧାନ ପ୍ରମୁଖ ଅପରେଟର ମହାସଂଘର ଗୋବିନ୍ଦ ଚନ୍ଦ୍ର ବେହେରା ଓ ବିଦ୍ୟାଧର ସାହୁଙ୍କ ନେତୃତ୍ୱରେ ଵାଣିଗୋଛାରେ ପହଂଚି ରକ୍ତଦାନ କରିଥିଲେ। ଆଗାମୀ ସମୟରେ ସମସ୍ତ ଜନହିତକର କାର୍ଯ୍ୟରେ ସାମିଲ ହେବାପାଇଁ ମତବ୍ୟକ୍ତ ମଧ୍ୟ କରିଥିଲେ।
