
ଦଶପଲ୍ଲା : – ବିପଦରେ ଗଜରାଜ୍ , ପ୍ରତିଦିନ କେଉଁଠି ନା କେଉଁଠି ମୃତ୍ୟୁ ଘଟୁଛି ଗଜରାଜକଂର । ମହାନଦୀ ବନ୍ୟପ୍ରାଣୀ ଅଂଚଳରୁ ହାତୀ ପଶିଆସୁଛନ୍ତି ନିକଟସ୍ଥ ଗ୍ରାମକୁ । ନଷ୍ଟକରୁଛନ୍ତି ଆଦିବାସୀ ମାନଙ୍କ ସୁନାର ଫସଲ । ତେବେ ଜନସାଧାରଣ କୁଂ ହାତୀକଂ ସୁରକ୍ଷା ପାଇଁ ସଚେତନ ଓ ସତର୍କ କରିବା ସକାସେ , ବାଣୀଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଂଚଳ ଅଧିକାରୀ ସଂସାର ବର୍ଗୀଆ କଂ ନେତୃତ୍ବରେ ଆଜି ବିଶ୍ଵ ହସ୍ତୀ ଦିବସ ବାଣୀଗୋଛା ବନାଂଚଳ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ସକାଳେ ସ୍କୁଲ୍ ଛାତ୍ରଛାତ୍ରୀ ମାନେ ହାତରେ ପ୍ଲାକାର୍ଡ଼ ଧରି ହାତୀମାନଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ବାଣୀଗୋଛା ଗ୍ରାମ ପରିକ୍ରମା କରି ହସ୍ତି ସୁରକ୍ଷା ପାଇଁ ସ୍ଲୋଗାନ ଦେଇଥିଲେ । ଜଙ୍ଗଲ ଅବକ୍ଷୟ ,ଖଣିଖାଦାନ , ଶିଳ୍ପ ,କାରଖାନା , ହାତୀ କରିଡ଼ର ଅଞ୍ଚଳରେ ବିଦ୍ୟୁତ ସଂଯୋଗ , ହାତୀ ଶୀକାର ଓ ହାତୀମାନଙ୍କର ବାସସ୍ଥଳୀ ଅଭାବରୁ ହାତୀମାନଙ୍କ ବଂଶ ହ୍ରାସ ପାଇବାରେ ଲାଗିଛି । ହାତୀମାନଙ୍କର ବଂଶ ବୃଦ୍ଧି ଓ ସୁରକ୍ଷା ପାଇଁ ୨୦୧୨ ମସିହାଠାରୁ ଅଗଷ୍ଟ ୧୨ ତାରିଖକୁ ବିଶ୍ବ ହସ୍ତୀ ଦିବସ ରୂପେ ପାଳନ କରାଯାଉଛି।

ଉକ୍ତ କାର୍ଯ୍ୟକ୍ରମରେ ବାଣୀଗୋଛା ବନାଞ୍ଚଳ ଅଧିକାରୀ ସଂସାର ବର୍ଗୀଆ ଯୋଗ ଦେଇଥିବା ବେଳେ, ବନପାଳ ରାଜ୍ କୁମାର ସତପଥି , ଦୀପ୍ତିରଂଜନ ଆଚାର୍ଯ୍ୟ, ଅଜୟ କୁମାର ସ୍ବାଇଁ ,ପୁଷ୍ପଲତା ପ୍ରଧାନ , ଗୋଲକ ବେହେରା , ବନରକ୍ଷୀ ମଧୁସ୍ମିତା ନାୟକ ,ରୀନା ନାୟକ ସମେତ ଫରେଷ୍ଟ ସେକସନ୍ ର ସମସ୍ତ, ଓ୍ବାଚର୍ , ଶୀକାର ନିରୋଧି ବନ କର୍ମଚାରୀ ମାନେ ସହଯୋଗ କରିଥିଲେ।ପ୍ରକାଶ ଥାଉକି ବନାଂଚଳ ଅଧିକାରୀ କଂ ନିର୍ଦ୍ଦେଶ କ୍ରମେଃ ବୁଗୁଡା ସେକ୍ସନ ବନପାଳ ରାଜ୍ କୁମାର ଶତପଥୀଙ୍କ ତତ୍ବାବଧାନରେ ବାଣିଗୋଛା ପଶ୍ଚିମ ବନାଂଚଳ ର ବିଭିନ୍ନ ଆଦିବାସୀ ଗ୍ରାମରେ ଗୋଷ୍ଠୀ ସ୍ବାର୍ଥ ସୁରକ୍ଷା କାର୍ଯ୍ୟକ୍ରମ ସମେତ, ଜଂଗଲ ସୁରକ୍ଷା, ଅଗ୍ନି ନିର୍ବାପଣ,ବୃକ୍ଷରୋପଣ , ବନ୍ୟପ୍ରାଣୀ ସୁରକ୍ଷା ଭଳି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସଚେତନତା ସୃଷ୍ଟିକରି ସେକସନ ବନପାଳ ରାଜ୍ କୁମାର ଶତପଥି ଓ ବନାଂଚଳ ଅଧିକାରୀ ସଂସାର ବର୍ଗୀଆ ବେଶ୍ ଜର୍ଚ୍ଚାରେ ରହିଛନ୍ତି ।
