ଦଶପଲ୍ଲା ବିଜେପିରେ ଫାଟ, ପଂଚାୟତ ନିର୍ବାଚନରେ ବାଜି ମାରିନେବେ ବିରୋଧୀ

ଦଶପଲ୍ଲା : ଗତ ୨୦୨୪ ସାଧାରଣ ନିର୍ବାଚନରେ ସଂଖ୍ୟାଗରିଷ୍ଠତା ସିଟ ହାସଲ କରି ଦୀର୍ଘ ୨୪ବର୍ଷର ଅପେକ୍ଷା ପରେ ରାଜ୍ୟର ଶାସନଭାର ସମ୍ଭାଳିଥିଲା ଭାରତୀୟ ଜନତା ପାର୍ଟି (ବିଜେପି)। ଆଜି ସମଗ୍ର ରାଜ୍ୟରେ ଭାରତୀୟ ଜନତା ପାର୍ଟି ତରଫରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଦଶପଲ୍ଲାରେ ଏହି କାର୍ଯ୍ୟକ୍ରମ ୨ ଥର ହୋଇଥିବା ଜଣାପଡ଼ିଛି। ଯେମିତିକି ଅପରାହ୍ନ ସମୟରେ ଦଶପଲ୍ଲାର ବିଜେପି ବିଧାୟକ ପ୍ରାର୍ଥୀଙ୍କ ନେତୃତ୍ୱରେ ଦଶପଲ୍ଲାର ଆରାଧ୍ୟ ଦେବ ମହାବୀର ମନ୍ଦିର ଠାରୁ ଐତିହାସିକ ମେଳିଆତୋଟା ପର୍ଯ୍ୟନ୍ତ ହରଘର ତ୍ରିରଙ୍ଗା ରାଲି ଯାଇଥିବାବେଳେ ସନ୍ଧ୍ୟାରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ନେତୃତ୍ୱରେ ନୂଆଗାଁ ବ୍ଲକର ପଞ୍ଚୁପାଣ୍ଡଵ ଠାରୁ ଦଶପଲ୍ଲା ବ୍ଲକ କୁଆଁରିଆ ଡ୍ୟାମ ପର୍ଯ୍ୟନ୍ତ ଆଉ ଏକ ରାଲି ଯାଇଥିଲା। ଯେଉଁଥିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଯୋଗଦେଇଥିବାବେଳେ ଦଶପଲ୍ଲା ସାଂସଦ ପ୍ରତିନିଧି ଅଞ୍ଜନ କୁମାର ଦାସ ଏବଂ ବହୁ କାର୍ଯ୍ୟକର୍ତା ସାମିଲ ହୋଇଥିଲେ। ସେଥିରେ ମଧ୍ୟ ବିଜେପି ବିଧାୟକ ପ୍ରାର୍ଥୀ ରାଘବ ମଲ୍ଲିକ ସାମିଲ ହୋଇଥିବାବେଳେ ତାଙ୍କ ଉପସ୍ଥିତିରେ କାର୍ଯ୍ୟକର୍ତା ଓ ବିଜେପି ସମର୍ଥକ ରାଘବ ହଟାଓ, ଦଶପଲ୍ଲା ବଞ୍ଚାଓ ନାରା ଦେଇ ରାଜ୍ୟ ବିଜେପି ସଭାପତିଙ୍କୁ ସ୍ୱାଗତ କରିଥିବା ଶୁଣିବାକୁ ମିଳିଛି। ତେଣୁ ବୁଦ୍ଧିଜୀବୀ ଓ ସାଧାରଣ ଲୋକଙ୍କ କହିବା ମୁତାବକ ଦଶପଲ୍ଲାରେ ଏବେ ବିଜେପି ୨ ଫାଳ। ଗୋଟିଏ ବିଜେପି ବିଧାୟକ ପ୍ରାର୍ଥୀ ରାଘବ ମଲ୍ଲିକଙ୍କର ହୋଇଥିବାବେଳେ ଅନ୍ୟଟି କନ୍ଧମାଳ ସାଂସଦଙ୍କର। ତେଣୁ ଆଗାମୀ ଦିନରେ ଯଦି ବିଜେପିରେ ଏଭଳି ସ୍ଥିତି ଦେଖାଯାଏ। ତେବେ ପଂଚାୟତ ନିର୍ବାଚନରେ ବିଜେଡ଼ି ବାଜିମାରି ନେବାଟା ଗୋଟିଏ ପ୍ରକାର ନିଶ୍ଚିନ୍ତ। ତେବେ ଦେଖିବାକୁ ବାକି ରହିଲା କେବେ ସରୁଛି ବିଜେପି/ ବିଜେପି କଳି।

You might also like