
ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧତ୍ସବ ରେ ‘ଅକ୍ଷ’ ପତ୍ରିକାର ଉନ୍ମୋଚନ
ଦଶପଲ୍ଲା: ତୈମାସିକ ସାହିତ୍ୟ ପତ୍ରିକା ‘ଅକ୍ଷ’ ଓ ପ୍ରଜ୍ଞା ପ୍ରବାହର ମିଳିତ ଆନୁକୂଲ୍ୟରେ ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ତଥା କବି ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ଦିବସ ତଥା ସାହିତ୍ୟ ସମାରୋହ ଦଶପଲ୍ଲା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାର୍ଥନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଦଶପଲ୍ଲା ଅଂଚଳର କବି, ସାହିତ୍ୟିକ, ଚିନ୍ତକ, ବୁଦ୍ଧିଜୀବୀ ତଥା ଛାତ୍ରଛାତ୍ରୀ ଯୋଗଦେଇଥିଲେ। ପ୍ରାରମ୍ଭରେ ମହାବୀରକ୍ଷେତ୍ରର ଆରାଧ୍ୟ ଶ୍ରୀଶ୍ରୀ ମହାବୀର ଓ ଅଟଳ ବିହାରୀଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରାଯାଇଥିଲା। କବିଗଣ ବାଜପେୟୀଙ୍କ ସ୍ମୃତିରେ କବିତା ପାଠ କରିଥିଲେ।ଏହି ଭାବଗମ୍ଭୀର ସମାରୋହରେ ଶିକ୍ଷକ ଗୋଦାବରୀଶ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ପ୍ରତିରକ୍ଷା ଅଧିକାରୀ ଗୋପୀନାଥ ସେଠୀ, ସମ୍ମାନୀତ ଅତିଥି ଭାବେ ନାଟ୍ୟକାର ତଥା ଅଧିବକ୍ତା ଦେବେନ୍ଦ୍ର ପରମଗୁରୁ ଓ ମାନସ ସାହୁ ପ୍ରମୁଖ ଯୋଗଦେଇଥିଲେ। କବି ସୂର୍ଯ୍ୟମଣୀ ମହାପାତ୍ର ସଭାପତିତ୍ବ କରିଥିବାବେଳେ ହାଡ଼ିବନ୍ଧୁ ମହାକୁଡ଼ଙ୍କ ଦ୍ୱାରା ସମ୍ପାଦିତ ତୈମାସିକ ସାହିତ୍ୟ ପତ୍ରିକା ‘ଅକ୍ଷ’ର ବରଷା ସଂଖ୍ୟା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।ଅଧ୍ୟାପକ ନୀଳିମା ନନ୍ଦ କବିତା ସଂଯୋଜନା କରିଥିବାବେଳେ ଅଧ୍ୟାପକ ସୁଭାଶିଷ ସାହୁ ଓ ବିଘ୍ନେଶ୍ୱର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପକ ସରୋଜ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
