ଅନେକ ପ୍ରତିଭାର ଅଧିକାରୀ ଚନ୍ଦନେଶ୍ୱର (ଚନ୍ଦୁ )

ଦଶପଲ୍ଲା : ଅନେକ ପ୍ରତିଭାର ଅଧିକାରୀ। କିନ୍ତୁ ସବୁ ନିଶା ମଧ୍ୟରେ ଅଭିନୟକୁ ପେଶା କରିବାକୁ ରହିଛି ଅନେକ ଆଶା। ଅଭିନୟ ହେଉକି ଦେବାଦେବୀଙ୍କ ମୂର୍ତ୍ତି ଗଢିବା ହେଉ, ସେ କୃଷିକାର୍ଯ୍ୟ ହେଉକି ବାପା ଙ୍କୁ ସାହାଯ୍ୟ କରିବାକୁ ଯାଇ କେତେବେଳେ ବାପାଙ୍କକାର୍ଯ୍ୟରେ ସହଯୋଗ କରିବା ହେଉ ଏ ସବୁଥିରେ ପ୍ରାରଙ୍ଗମ ୧୯ ବର୍ଷୀୟ ଯୁବକ ଚେନ୍ଦନେଶ୍ୱର ଦାସ (ଚନ୍ଦୁ )। ଏ ସବୁ ଭିତରେ ଛାଡ଼ିନାହଁନ୍ତି ପାଠପଢ଼ା। ଏ ସମସ୍ତ କାର୍ଯ୍ୟ କରିବା ସହିତ ଦଶପଲ୍ଲା ସ୍ଥିତ ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟରେ ଜାରି ରଖିଛନ୍ତି +୩ ପାଠପଢ଼ା। ପାଠପଢ଼ାରୁ ଟିକେ ଫୁରସତ ପାଇଗଲେ ସେ ବାପାଙ୍କୁ ଅଟୋଚଳା କାର୍ଯ୍ୟରେ ସାହାଯ୍ୟ କରିବାକୁ ବାହାରି ପଡ଼ୁଛନ୍ତି ତ ଆଉ କେତେବେଳେ ନିଜ ଘର ପଛପାର୍ଶ୍ୱରେ ଥିବା ବାରୀରେ ଆରମ୍ଭ କରିଦେଉଛନ୍ତି ବିଭିନ୍ନ ପନିପରିବା ଫସଲ। ୧୨ ମାସରେ ୧୩ ପରବ। ବିଭିନ୍ନ ପର୍ବପର୍ବାଣୀ ଆସିଗଲେ ଆରମ୍ଭ କରିଦିଅନ୍ତି ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ଗଢିବା କାର୍ଯ୍ୟ।

ତା ‘ ସାଙ୍ଗକୁ ବିଭିନ୍ନ ପର୍ବପର୍ବାଣୀରେ ସ୍ଥାନୀୟ ଅଂଚଳରେ ହେଉଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ହାସ୍ୟ ଅଭିନୟରେ ଅଭିନୟ କରି ଦର୍ଶକଙ୍କୁ ଯୋଗାନ୍ତି ମନୋରଞ୍ଜନର ଖୋରାକ। ନିଜ ହାସ୍ୟ ଡାଇଲଗରେ ହସାଇହସାଇ ବେଦମ କରିଦିଅନ୍ତି ସ୍ଥାନୀୟ ଦର୍ଶକଙ୍କୁ। ନିଜ ମୋବାଇଲରେ ସୋସିଆଲ ମିଡ଼ିଆରେ ନିଜ ନାମରେ ଆଇଡି ଖୋଲି ନିଜ ସାଙ୍ଗସାଥୀଙ୍କୁ ନେଇ ବିଭିନ୍ନ ଅଭିନୟ କରି ସେ ଭିଡ଼ିଓ ଛାଡ଼ନ୍ତି ସୋସିଆଲ ମିଡିଆରେ।ସେତିକିରେ ସୀମିତ ରହିନାହିଁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଟାକରା ଗ୍ରାମର ଚନ୍ଦନେଶ୍ୱର ଦାସ (ଚନ୍ଦୁ)ଙ୍କ କାର୍ଯ୍ୟକଳାପ, ବରଂ ସ୍ଥାନୀୟ ଅଂଚଳରେ ହୋଇଥିବା ସ୍ବେଛାସେବୀ ଅନୁଷ୍ଠାନ ଗୁଡ଼ିକରେ ସାମିଲ ହୋଇ ବିଭିନ୍ନ ଜନହିତକର କାର୍ଯ୍ୟ କରିବାରେ ମଧ୍ୟ ସେ ନିଜକୁ ବ୍ରତୀ ରଖିଛନ୍ତି।।ଏ ସମସ୍ତ କାର୍ଯ୍ୟକଲା ପରେ ମଧ୍ୟ ନିଜର ସ୍ବପ୍ନ ଆଉ ଇଛା ରହିଛି ଜଣେ ଭଲ ହାସ୍ୟ ଅଭିନେତା ହେବାପାଇଁ। ସେ କହିଛନ୍ତି ଯଦି ମତେ କୌଣସି କ୍ଷେତ୍ରରେ ଯଦି ଅଭିନୟ କରିବା ପାଇଁ ଟିକେ ସୁଯୋଗ ମିଳନ୍ତା ନିଶ୍ଚିନ୍ତ ରୂପେ ମୁଁ ମୋ ଲକ୍ଷ୍ୟ ସ୍ଥଳରେ ପହଂଚି ପାରନ୍ତି।

You might also like