
ଦଶପଲ୍ଲା :ଆଜି ହେଉଛି ପବିତ୍ର ଗଣେଷ ଚତୁର୍ଥୀ ବା ଗଣେଷ ପୂଜା। ଗାଁ ରୁ ସହର ସବୁଠି ଆଜି ଉତ୍ସବ ମୁଖର।ଯିଏ ଏ ଦୁନିଆର ସ୍ରଷ୍ଟା ତାକୁ ସୃଷ୍ଟି କରିପାରେ କେବଳ ଜଣେ ଶିଳ୍ପୀ । ଶିଳ୍ପୀ ହାତର ସ୍ପର୍ଶ ପାଇ ପ୍ରାୟ ଜୀବନ୍ତ ଦିଶୁଛନ୍ତି ଭଗବାନ । ପୁରୋହିତର ମନ୍ତ୍ରପାଠ ପରେ ଜୀବନ୍ୟାସ ପାଇଛନ୍ତି ଠାକୁର ।ପୂଜା ପାଖେଇ ଆସିଲେ ମୂର୍ତ୍ତି କାରିଗରମାନଙ୍କ କାମ ଆରମ୍ଭ ହୋଇଯାଏ। ତା ‘ ସହିତ ବିଭିନ୍ନ ପୂଜା କମିଟି ମଧ୍ୟ ପେଣ୍ଡାଲ ତିଆରିରେ ଲାଗି ପଡ଼ନ୍ତି।ମାଟିରେ ଲେପ ଦେଇ ପ୍ରସ୍ତୁତ ହୋଇଛି ସୁନ୍ଦର ସୁନ୍ଦର ଗଣେଷ ମୂର୍ତ୍ତି।ଗଜାନନଙ୍କର ଛୋଟ ପ୍ରତିମା ଠାରୁ ଆରମ୍ଭ କରି ବଡ ପ୍ରତିମା ଗୁଡ଼ିକୁ ବିଭିନ୍ନ ଭଙ୍ଗୀରେ ନିର୍ମାଣ କରିଛନ୍ତି କାରିଗର।ଗୋଟିଏ କି ଦୁଇଟି ନୁହେଁ ଦଶପଲ୍ଲା ବ୍ଲକର ବିଭିନ୍ନ ସ୍ଥାନରେ ମୂର୍ତ୍ତି କାରିଗରମାନେ ତିଆରି କରିଛନ୍ତି ଶହ ଶହ ଗଣେଶ ମୂର୍ତ୍ତି ।ବିଭିନ୍ନ ପ୍ରକାର ଡିଜାଇନ୍ ରେ ତିଆରି ହୋଇଛନ୍ତି ଗଣେଷ।ଅଗ୍ରପୂଜ୍ୟ ଶ୍ରୀ ଗଜାନନଙ୍କ ପୂଜା,ହୋମ,ପାଠ ଗାଁ ରୁ ସହର, ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଗୁଡ଼ିକ ରେ ଧୁମ୍ ଧାମରେ ପାଳନ ହୋଇଯାଇଛି ।। ଶିକ୍ଷାନୁଷ୍ଠାନ ଗୁଡିକୁ ଛାଡିଦେଲେ, ପ୍ରତି କ୍ଲବ୍ ଗୁଡିକରେ, ସୁନ୍ଦର୍ ମେଢ଼ ସାଙ୍ଗକୁ ଆକର୍ଷଣୀୟ ସାଜସଜ୍ଜା ଦେଖିବାକୁ ମିଳିଥିଲା । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସୀତାରାମ ୟୁଥ୍ କ୍ଲବ୍ ଚର୍ଚ୍ଚାରେ ରହିଛି ।ପ୍ରତ୍ୟେକ ସଦସ୍ୟଙ୍କ ସହଯୋଗରେ, ତ୍ରିନାଥ ଛକରେ ଥିବା ସୀତାରାମ ୟୁଥ୍ କ୍ଲବ୍ ର ନିଜସ୍ଵ ପରିସର ମଧ୍ୟରେ ସୁନ୍ଦର୍ ସୁଉଚ୍ଚ ତୋରଣରେ ସଜାଇ ଅଗ୍ରପୂଜ୍ୟଙ୍କୁ ଆବାହନ କରିଥିଲେ । ଶ୍ରୀ ଗଣେଶ ଭଗବାନଙ୍କ ପୂଜାକୁ କ୍ଲବ୍ ପ୍ରତିବର୍ଷ ନିଆରା ଢଙ୍ଗରେ ପାଳିବା ପାଇଁ ପ୍ରୟାସ ଜାରି ରଖିଛି ।

ସେହିଭଳି ଦଶପଲ୍ଲା ର ଅନ୍ୟତମ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗଡ଼ରାଜେଶ୍ୱରି କ୍ଲବ୍ ର ସଦସ୍ୟମାନେ, ମହାବୀର ମନ୍ଦିର ନାଟ୍ୟ ମଣ୍ଡପରେ ଭବ୍ୟ ଆୟୋଜନ କରି ଶ୍ରୀ ଗଜାନନ ଙ୍କୁ ଆବାହନ କରିଛନ୍ତି । ଏଥିସହିତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ।ସୁନ୍ଦର ସୁନ୍ଦର ସୁ-ଉଚ୍ଚ ତୋରଣ ସାଙ୍ଗକୁ ମୂର୍ତ୍ତି କାରିଗର ମାନେ ନିଜସ୍ୱ ବୁଦ୍ଧି, କଳା କାରିଗାରି ଜ୍ଞାନରେ ଶ୍ରୀ ଗଣେଶଙ୍କୁ ସୁନ୍ଦର୍ ଭାବେ ରୂପ ଦେବାପାଇଁ ଚେଷ୍ଟା କରିଛନ୍ତି । ମୂର୍ତ୍ତି କାରିଗର ମାନଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା କହିଲେ କମ୍ ହେବ ନାହିଁ ।ସେହିଭଳି ଦଶପଲ୍ଲା ଖଣ୍ଡପଡ଼ା ସାହିରେ ଶ୍ରୀ ମହାବିନାୟକଙ୍କ ମୂର୍ତ୍ତି ଆକର୍ଷଣୀୟ ହୋଇପାରିଛି । କାରିଗରଙ୍କ ତୂଳୀ ସ୍ପର୍ଶ ରେ ଜୀବନ୍ତ ହୋଇପାରିଛନ୍ତି ।ଦଶପଲ୍ଲା ଜଗାପୁର ରୋଡରେ ଥିବା ମା ବନଦୂର୍ଗା ଯୁବକ ସଂଘର ସଦସ୍ୟମାନେ, ବହୁ ପରିଶ୍ରମ୍ କରି ସୁନ୍ଦର ଭାବେ ଶ୍ରୀ ଲମ୍ବୋଦର ଙ୍କୁ ଅବହାନ କରିଛନ୍ତି ।ସେହିପରି ଦଶପଲ୍ଲାର ଆଉ ୨ ଅଗ୍ରଣୀ ଅନୁଷ୍ଠାନ ରାମସେନା କ୍ଲବ ମଧ୍ୟ ବିଘ୍ନବିନାଶକଙ୍କ ପୂଜା ପାଇଁ ଜୋରସୋର ପ୍ରସ୍ତୁତି କରିଥିବା ଦେଖିବାକୁ ମିଳିଛି। ସମସ୍ତ ସାହି ବାସିନ୍ଦା ଏଥିପାଇଁ ନିଜସ୍ଵ ପ୍ରୟାସରେ ସାହାଯ୍ୟ ସହଯୋଗ କରି ଆସିଛନ୍ତି ।

ଭାଇଚାରା ଭିତର ଦେଇ ଶ୍ରୀ ଗଣେଶ ଚତୁର୍ଥୀ ପାଳନ ହୋଇଥିବା ବେଳେ, ଚିରାଚରିତ ପ୍ରଥା ଅନୁସାରେ, ଯୋଗିବନ୍ଧ ପୋଖରୀ ମଧ୍ୟରେ ଗଣେଷ ଭଗବାନଙ୍କୁ ସୁନ୍ଦର ଭାବରେ ସଜାଇଛନ୍ତି ପ୍ରତ୍ୟେକ ସଦସ୍ୟ । ଦଶପଲ୍ଲା ର ଭାଇଚାରା , ଏକ ନିଆରା । ପ୍ରତ୍ୟେକ ପାର୍ବଣ ସମୟରେ ସହଯୋଗ କରନ୍ତି । କଳା ସଂସ୍କୃତିକୁ ବଞ୍ଚେଇ ରଖିବା ପାଇଁ ବୁଦ୍ଧିଜୀବୀ ଙ୍କ ଠାରୁ ଯୁବ ପୀଢ଼ି, ପ୍ରତ୍ୟେକ ସଦସ୍ୟ ମାନେ ଏଥିପାଇଁ ଏକାକାର ହୁଅନ୍ତି , ଯାହା ଅନ୍ୟ ମାନଙ୍କ ପାଇଁ ପ୍ରେରଣା।ଖାଲି ସେତିକି ନୁହେଁ ବରଂ ଦଶପଲ୍ଲା ବ୍ଲକ ଟାକରା ଅଂଚଳର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ୟୁଥ ୟୁନାଇଟେଡ଼ କ୍ଲବ, ବୁଗୁଡ଼ା କଲୋନୀ ସ୍ଥିତ ମଣିନାଗ ଯୁବକ ସଂଘ,ଶ୍ରୀ ଗଣେଷ ୟୁଥ କ୍ଲବ(ତାକୁଡ଼ା) ଏବଂ ଏହିଭଳି ଆହୁରି ଅନେକ ଅନୁଷ୍ଠାନ ମଧ୍ୟ ଶାନ୍ତି, ଶୃଙ୍ଖଳା ସହିତ ପୂଜା କାର୍ଯ୍ୟ କରିବା ସହିତ ଭାଇଚାରା ସୃଷ୍ଟି ସହ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ପାଇଁ ଉଦ୍ୟମ କରିଛନ୍ତି।
