ବାହାଡ଼ାଝୋଲା ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

ନୂଆଗାଁ (ନିରଞ୍ଜନ ସାହୁଙ୍କ ସହ ସୁଶୀଲ କୁମାର ଜେନାଙ୍କ ରିପୋର୍ଟ ) – ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲା ପଂଚାୟତରେ ଥିବା ସରସ୍ଵତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରସ୍ଵତୀ ଶିଶୁ ମନ୍ଦିରରେ (୩୦୦) ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ଅଭିଭାବକ (ମା’) ମାନେ ଯୋଗ ଦେଇଥିଲେ।ଅଭିଭାବକ ଙ୍କୁ  ଫୁଲ,ଚନ୍ଦନ ଦେଇ
ଶିଶୁ ମନ୍ଦିରର ଗୁରୁମା ମାନେ ସ୍ୱାଗତ କରିଥିଲେ।ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ନୂଆଗାଁ ବ୍ଲକ ଅତିରିକ୍ତ ଶିକ୍ଷାଅଧିକାରୀଣୀ ଜୋଛ୍ନାରାଣୀ ସେଠୀଙ୍କ ସହିତ ସ୍ଥାନୀୟ ସରପଂଚ ଆରତୀ ସେଠୀ ଓ ପଂଚାୟତ ସାହି ପ୍ରଜାପିତା ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ମୁଖ୍ୟ ପରିଚାଳକ ଲକ୍ଷ୍ମୀ ଭଉଣୀ ସନ୍ମାନିତ ଅତିଥି ଭାବେ ଯୋଗଦେଇ ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କୁ କିପରି ମନଦେଇ ଭଲ ପାଠ ପଢିଲେ ଦେଶର ନା ରଖିବା ସହିତ ବାପା ମା’ ଙ୍କ ସ୍ବପ୍ନ ପୂରଣ କରିହେବ ସେ ଉପରେ ବୁଝାଇଥିଲେ। ଏଥି ସହିତ ଶିଶୁ ମନ୍ଦିର ଅଧ୍ୟାପିକା ଶୁଶ୍ରୀ ସୁଜାତା ମହାନ୍ତି, ପ୍ରଧାନ ଆଚାର୍ଯ୍ୟ ସୁଭାସିସ ସାହୁ, ପୁଷ୍ପଲତା ସାହୁ ଉପସ୍ଥିତ ରହିଥିଲେ।ଶିଶୁ ମନ୍ଦିର ପ୍ରତିଷ୍ଠାତା ସୂର୍ଯ୍ୟ ନାରାୟଣ ସାହୁ ଧନ୍ୟବାଦ ଦେଇ ସଭାସାଙ୍ଗ କରି ଛାତ୍ରଛାତ୍ରୀ ଅଭିଭାବକଙ୍କ ସହିତ ଏକାଠି ମଧ୍ୟାହ୍ନ ଭୋଜନ କରିଥିଲେ।ଏହିଭଳି ପ୍ରତ୍ୟେକ ବର୍ଷ କାର୍ଯ୍ୟକ୍ରମ ହେଉଛି। ଛାତ୍ରଛାତ୍ରୀ ଅଭିଭାବକ ଓ ଶିଶୁ ମନ୍ଦିରର ଗୁରୁମାମାନଙ୍କ ସହିତ ସମ୍ପର୍କ ଯୋଡିହେବାର ଏକ ମାଧ୍ୟମ ବୋଲି ଶିଶୁ ମନ୍ଦିର ପ୍ରତିଷ୍ଠାତା ସୂର୍ଯ୍ୟ ନାରାୟଣ ସାହୁ କହିଥିଲେ।

You might also like