କଲ୍ୟାଣପୁରରେ ନାଗଦେବତାଙ୍କ ଦଶମ ଜନ୍ମବାର୍ଷିକ ଉତ୍ସବ ପାଳିତ

ଓଡଗାଁ (ମଙ୍ଗରାଜ ବେହେରାଙ୍କ ରିପୋର୍ଟ ) : ଆଜି ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ଶରଣକୂଳ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ସିଂଘେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ନାଗ ଦେବତାଙ୍କ ଦଶମ ଜନ୍ମ ବାଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | କଲ୍ୟାଣପୁର ଗ୍ରାମ ସିଂଘେଶ୍ୱର ମନ୍ଦିର ରେ ଥିବା ନାଗଦେବତା ଙ୍କୁ ଗତ ଏଗାର ବର୍ଷ ତଳେ ଗ୍ରାମର କିଛି ଯୁବକ ମାନେ ଦାନ ଦକ୍ଷିଣା ଭିକ୍ଷାକରି ଷାଠିଏ କେଜି ପିତଳ ନାଗ ମୃତ୍ତି କୁ ସ୍ଥାପନ କରିଥିଲେ | ସେହି ଦିନ ଠାରୁ ଗ୍ରାମରେ ପ୍ରତି ବର୍ଷ ନାଗ ଦେବତାଙ୍କ ଜନ୍ମବାର୍ଷିକ ଉତ୍ସବ ଧୁମଧାମରେ ପାଳିତ ହୋଇଆସୁଛି ,ଚଳିତ ବର୍ଷ କର୍ତ୍ତା ଭାବରେ ଗ୍ରାମ ର ସୁଶାନ୍ତ କୁମାର ପଟ୍ଟନାୟକ ଓ ରଶ୍ମି ପଟ୍ଟନାୟକ ଥିବାବେଳେ ପୁରୋହିତ – ନିହାର ରଞ୍ଜନ ରଥ,ବିନାୟକ ଷଡ଼ଙ୍ଗୀ,ଶିବ ନାରାୟନ ଷଡ଼ଙ୍ଗୀ,ଜ୍ୟୋତିଷ ଅଖୟ କୁମାର ନାୟକ,ମନ୍ଦିର ପୂଜକ ଅର୍ଜୁନ ମହାପାତ୍ର,ଉପସ୍ଥିତ ରହି ଯଜ୍ଞକାର୍ଯ୍ୟ ସମ୍ପର୍ଣ୍ଣ କରିଥିଲେ,ଏହାକୁ କଲ୍ୟାଣପୁର ଗ୍ରାମବାସି ମାନେ ସହଯୋଗ କରିଥିବା ବେଳେ ଗ୍ରାମର ଯୁବକମାନେ ସମ୍ପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥିଲେ | ଏବଂ ସିଘେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ହଜାର ଲୋକଙ୍କ ପାଇଁ ଅର୍ଣ୍ଣପ୍ରସାଦର ବ୍ୟବସ୍ତା ହୋଇଥିଲା ଆଖପାଖ ଅଞ୍ଚଳର ଭକ୍ତ ମାନେ ପ୍ରସାଦସେବନର ସୁଯୋଗ ପାଇଥିଲେ | ଗ୍ରାମର ଯୁବକ ମାନେ ସହଯୋଗ କରିଥିଲେ ସେମାନେ ହେଲେ -ସଞ୍ଜୟ କୁମାର ମହାପାତ୍ର ,ଦୀପ୍ତିମୟ ମହାନ୍ତି, ମିଥୁନ ,ସାଗର ଅଜୟ,ଚନ୍ଦ୍ରମଣି ,ପ୍ରଭାତ ,ଶ୍ୟାମ ,ଅଭୟ ,ଭବାନୀ, ସୁଶାନ୍ତ ,ରାକେଶ ,ଅରୁଭାଇ ସମେତ ଗ୍ରାମର ସମସ୍ତ ଜନସାଧାରଣ ସହଯୋଗ କରିଥିଲେ | ଗ୍ରାମର ସଂକୀର୍ତନ ମଣ୍ଡଳୀ ପ୍ରଭୁଙ୍କୁ କାନ୍ଧରେ ଧରି ଗ୍ରାମର ଚତୃପାର୍ଶ୍ୱରେ ବେଶ ଧୁମଧାମରେ ପରିକ୍ରମା କରିଥିଲେ।

You might also like