ନୂଆଗାଁରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଯୁବ ସମ୍ମିଳନୀ ଅନୁଷ୍ଠିତ

ନୂଆଗାଁ (ନିରଞ୍ଜନ ସାହୁଙ୍କ ରିପୋର୍ଟ) : ନୂଆଗାଁ ଖଣ୍ଡରେ ୫ଟି ମଣ୍ଡଳ ଅନ୍ତର୍ଗତ ୨୨ ପଞ୍ଚାୟତରୁ ୨୦୦ ରୁ ଅଧିକ ଯୁବକ ବିଦ୍ୟାର୍ଥୀ,ବ୍ୟବସାୟୀ କର୍ମକର୍ତ୍ତାଙ୍କୁ ନେଇ  ଯୁବସମ୍ମିଳନୀ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉଦ୍ଘାଟନୀ ସମୟରେ ଜିଲ୍ଲା କାର୍ଯ୍ୟନିର୍ବାହୀ ଶ୍ରୀ ପ୍ରକାଶ ଚନ୍ଦ୍ର ପ୍ରଧାନ  ,ସହ ବିଭାଗ ପ୍ରମୁଖ ଶ୍ରୀ ଭଗବାନ ଦେହୁରୀ ଓ ପ୍ରାନ୍ତପ୍ରଜ୍ଞା ପ୍ରବାହ ପ୍ରମୁଖ  ଶ୍ରୀରବିନାରାୟଣ ପଣ୍ଡା ମହୋଦୟ  ଉପସ୍ଥିତ ଥିଲେ।ଯୁବକମାନଙ୍କ ମଧ୍ୟରେ ଭାରତର ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ମହାନତା ବାର୍ତ୍ତା ପ୍ରଦାନ କରିଥିଲେ।ଯୁବକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଭା ପ୍ରଦର୍ଶନ କରାଯାଇଥିଲା। କାର୍ଯ୍ୟକ୍ରମ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ଅର୍ଜନ କରିଥିବା ଯୁବକ ଉଦ୍ୟୋଗୀଙ୍କୁ ସମ୍ମାନିତ କରାଯାଇଥିଲା। ଏହା ସହିତ ଶ୍ରୀ ଚନ୍ଦ୍ର ବିଜୟୀ ମିଶ୍ରଙ୍କ ଦ୍ଵାରା ବିଭିନ୍ନ ସଂକୃତିକ  ପ୍ରଶ୍ନାବଳି ମଧ୍ୟମରେ ଯୁବକମାନଙ୍କୁ ନିମ୍ନଜିତ କରିଥିଲେ।ସମାପନ ପର୍ବରେ  ଅଧିକାରୀ ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ବକ୍ତବ୍ୟରେ ଆଗାମୀ ଯୁବଭାରତ ପାଇଁ  ଯୁବକମାନଙ୍କୁ ଅନେକ ସ୍ଵପ୍ନ ଦେଖାଇଥିଲେ। ଭାରତ ବିଶ୍ୱର ଗୁରୁ  ହେବାପାଇଁ  ଉପସ୍ଥିତ ଯୁବକମାନଙ୍କୁ  ପ୍ରେରଣା ଦାୟକ ବକ୍ତବ୍ୟ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ କୁ ସଫଳ କରାଇବାରେ ବିଭିନ୍ନ ଅତିଥି ଅଧିକାରୀ ଉତ୍ସାହପୂର୍ଣ୍ଣ ଭାବେ ଲାଗିଥିଲେ। ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ  ଖଣ୍ଡ କାର୍ଯ୍ୟବାହ ଶ୍ରୀ ସଞ୍ଜୟ କୁମାର ବେହେରା।

You might also like