
ଦଶପଲ୍ଲା : ଏକ ବୌଦ୍ଧିକ ପରିବେଶରେ ଦଶପଲ୍ଲା ଗଣମାଧ୍ୟମ ସମନ୍ୱୟ ପରିଷଦ ତରଫରୁ ଜାତୀୟ ପ୍ରେସଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଗଣମାଧ୍ୟମର ସ୍ଵତନ୍ତ୍ରତା,ସୁରକ୍ଷା ଓ ନିଷ୍ପକ୍ଷତା,ଶୀର୍ଷକ ଆଲୋଚନା ଚକ୍ରରେ ବହୁ ବୁଦ୍ଧିଜିବୀ ନିଜସ୍ଵ ମତାମତ ସହିତ ମାନସ ମନ୍ଥନ କରିଥିଲେ । ପ୍ରଥମକରି ଦଶପଲ୍ଲାରେ କାର୍ଯ୍ୟରତ ୨ ଗୋଟି ପ୍ରମୁଖ ଡିଜିଟାଲ ମିଡିଆ ଆସୋସିଏସନ୍ ଓ ମିଡ଼ିଆ ଫୋରମ୍ ମିଳିତ ଭାବରେ ମୁଁ ନୁହେଁ ଆମେ ‘କୁ ପ୍ରତିପାଦିତ କରିଥିଲେ । ଏହି ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବରେ ସ୍ଥାନୀୟ ବି.ଏସ କଲେଜ ଅଧ୍ୟକ୍ଷ ଡ଼ଃ ଜୟଦେବ ଗୌଡ଼, ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଏନ୍ ଏ ସି ଅଧ୍ୟକ୍ଷା ପୁନମ୍ ପ୍ରିୟଦର୍ଶିନୀ, ଆଇନଜୀବୀ ଶରତ ବେହେରା, ମହାବୀର ବଣିକ ମହାସଂଘ ସଭାପତି ଅଲେଖ ସାହୁ ପ୍ରମୁଖ ଯୋଗଦେଇ ନିଜସ୍ଵ ବକ୍ତବ୍ୟ ରଖିଥିଲେ | ଏହି ଅବସରରେ ବରିଷ୍ଠ ସମାଜସେବୀ ସଦାଶିବ ମିଶ୍ର, ଯୁବ ୟୁଟୁବର୍ ଦିଲୀପ ବେହେରା, ଲକ୍ଷ୍ମୀଧର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିସେଶରେ ଜ୍ୟୋତି ବିକାଶ ମୁଖ୍ୟ ଶରତ ସାହୁଙ୍କ ଉଚ୍ଚକୋଟୀର ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଆଦୃତ ହୋଇଥିଲା ।
