ପ୍ରଦୀପ୍ତଙ୍କ ପରଲୋକ

ନୟାଗଡ଼ : ନୟାଗଡ଼ ଜିଲ୍ଲା ବାଉଁଶିଆପଡ଼ା ଅଂଚଳର ସମାଜସେବୀ ତଥା ବ୍ୟବସାୟୀ ପ୍ରଦୀପ୍ତ କୁମାର ମିଶ୍ରଙ୍କ ୫୨ ବର୍ଷ ବୟସରେ ସୋମବାର ଦିନ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ପ୍ରଦୀପ୍ତ ନିଜ ଅଞ୍ଚଳରେ ଜଣେ ମେଳାପୀ ଓ ସମାଜସେବୀ ଭାବରେ ବେଶ ଖ୍ୟାତି ଅର୍ଜନ କରିଥିବାବେଳେ ତାଙ୍କର ମୃତ୍ୟୁରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବାବେଳେ ଗାଁ ସ୍ମଶାନରେ ପ୍ରଦୀପ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ପୁଅ ଓମ ପ୍ରକାଶ ମୁଖାଗ୍ନି ଦେଇଥିବା ଜଣାପଡିଛି।

You might also like