ଆଉ ନାହାନ୍ତି ହାସ୍ୟଅଭିନେତା ବୁଦ୍ଧିଆ ନନା

ଭୁବନେଶ୍ୱର : ଆଉ ନାହାନ୍ତି ସମସ୍ତଙ୍କ ପ୍ରିୟ ହାସ୍ୟ ଅଭିନେତା ଦେବେନ୍ଦ୍ର ଦାସ  (ବୁଦ୍ଧିଆ ନନା) ।ଯାହାଙ୍କ ଅଭିନୟ ଦେଖିବା ପାଇଁ ଯାତ୍ରା ଟିକେଟ କାଉଣ୍ଟରରେ ଲାଗିଯାଏ ଲମ୍ବାଲାଇନ। ସୂଚନାଥାଉକି ଦୀର୍ଘ ୫୦ବର୍ଷରୁ ଉର୍ଧ୍ଵ ସମୟ ଧରି ବିଭିନ୍ନ ନାଟ୍ୟ ସଂସ୍ଥାରେ ରହି ଓଡ଼ିଶାର ଅଗଣିତ ଦର୍ଶକ ଙ୍କୁ ନିଜର ନିଖୁଣ ଅଭିନୟ ମାଧ୍ୟମରେ ମନୋରଞ୍ଜନର ଖୋରାକ ଯୋଗାଇ ଆସୁଥିଲେ ସମସ୍ତଙ୍କ ପ୍ରିୟ ଅଭିନେତା ବୁଦ୍ଧିଆ ନନା।ସେ ୧୯୭୨-୭୩ ମସିହାରେ କଳିଙ୍ଗ ଭାରତୀ କାଂସ ଅପେରାର ଚଣ୍ଡୀମଙ୍ଗଳା (ଶିବ ପୁରାଣ ବିଷୟ ବସ୍ତୁ) ନାଟକ ଜରିଆରେ ଯାତ୍ରାରେ ପ୍ରବେଶ କରିଥିଲେ।ପରେ ବିଶ୍ୱ ଭାରତୀ ଗଣନାଟ୍ୟ,ଇଚ୍ଛାପୁର, କଳିଙ୍ଗ ଗଣନାଟ୍ୟ, କୋଣାର୍କ, ଇଷ୍ଟର୍ନ ୟେଲୋ, ବିଶ୍ୱଦରବାର, ରଙ୍ଗମହଲ ଭଳି ଅନେକ ଯାତ୍ରା ଅନୁଷ୍ଠାନରେ ପ୍ରାୟ ୩୫୦ରୁ ଉର୍ଧ୍ଵ ନାଟକରେ ଅଭିନୟ କରି ସମଗ୍ର ଓଡ଼ିଶାର ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛନ୍ତି।ବୁଦ୍ଧିଆନନାଙ୍କ ବେଶ ପସନ୍ଦର ନାଟକ ରହିଥିଲା ପାର୍ବତୀ ଗଣନାଟ୍ୟରେ ଅନନ୍ତ ଓଝାଙ୍କ ରଚିତ
“ଅସତ୍ୟ ସହର “। ପରେ ବାଘ ନେଇଗଲା ଦୌଡ଼ି ଆସ,ଅବୁଝା ଆଖିର ଅକୁହା କଥା ଭଳି ହିଟ ନାଟକରେ ନିଜର ନିଖୁଣ ଅଭିନୟ କରି ନିଜର ଏକ ସ୍ୱତନ୍ତ୍ର ଛାପ ଛାଡି ଗତକାଲି ବିଳମ୍ବିତ ରାତ୍ରିରେ ଆରପାରିକୁ ଚାଲିଯାଇଛନ୍ତି ବୁଦ୍ଧିଆ ନନା। ବର୍ତମାନ ସେ ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟରେ ନିଜର ଅଭିନୟ ଜାରି ରଖିଥିବାବେଳେ ଗତକାଲି ଛେଳିଗଡ଼, ମହେନ୍ଦ୍ରଗଡ଼ (ଗଜପତି ) ରଙ୍ଗୀନ ରଙ୍ଗମଞ୍ଚରେ ନାଟକ ପରିବେଷଣ କରୁଥିଲେ। ସେଠାରେ ବୁଦ୍ଧିଆ ନନାଙ୍କ ୬୩ବର୍ଷ ବୟସରେ ପରଲୋକ ଘଟିଛି। ଏଭଳି ଏକ ଦୁଃଖଦ ଖବର ପାଇବା ପରେ ପରିବାରଲୋକ, ସାଥିକଳାକାର, ପ୍ରଶଂସକ ଦୁଃଖରେ ମ୍ରିୟମାଣ ହୋଇପଡିଥିବା ଜଣାପଡିଛି ।

You might also like