ଅଗ୍ନିଶମ ବିଭାଗର ଅଭିନବ ପ୍ରୟାସ

ଦଶପଲ୍ଲା-ଦଶପଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ଗୁରୁବାର ଦିନ ଦଶପଲ୍ଲା ବ୍ଳକ ଅନ୍ତର୍ଗତ ତୁମାଣ୍ଡି ହାଇସ୍କୁଲ, ତୁମାଣ୍ଡି ୟୁଜିଏମଇ ସ୍କୁଲ, ନରାଜିପଡା ୟୁପିସ୍କୁଲ ଓ ବଡ଼ କୁରୁବାରି ୟୁପି ସ୍କୁଲରେ ଅଗ୍ନି ନିର୍ବାପକ ଓ ବିପର୍ଯ୍ୟୟ ପରିଚାଳନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ, ନିରାକରଣ ସହିତ ଅଗ୍ନିକାଣ୍ଡ ଘଟିଲେ କିଭଳି ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇପାରିବ ଓ ବିପର୍ଯ୍ୟୟ ସମୟରେ ଧନଜୀବନକୁ କିଭଳି ସୁରକ୍ଷା ଦିଆଯାଇପାରିବ ଅଥବା ବିଭାଗ ପକ୍ଷରୁ କିଭଳି ସହାୟତା ପ୍ରଦାନ କରାଯାଇଥାଏ ସେଥିନେଇ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟତ୍ରୀ ମାନଙ୍କୁ ବିଭାଗ ପକ୍ଷରୁ ସବିଶେଷ ଅବଗତ କରାଯିବା ସହିତ ସଚେତନତା ସୃଷ୍ଟି କରାଯାଇଥିଲା। କାର୍ଯ୍ୟକ୍ରମକୁ କେନ୍ଦ୍ର ଅଧିକାରୀ ଅଂଶୁମାନ ସାହୁ ପରିଚାଳନା କରିଥିବା ବେଳେ ମୁଖ୍ଯ ଆଗ୍ନିକ ବିଶ୍ବଜିତ ବରାଳ ସଂଯୋଜନା କରିଥିଲେ। ଆଗ୍ନିକ ଅରୁଣ କୁମାର ରାଉତ, ବିନାୟକ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

You might also like