
କିଡ଼ନୀ ରୋଗରେ ଛଟପଟ ଅଭିଜିତ
ଦଶପଲ୍ଲା : ଭାଙ୍ଗିଗଲା ସ୍ବପ୍ନ ଏବେ ଜୀବନ ମରଣ ସହିତ ଲଢେଇ ଚାଲିଛି। କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ ନହେଲେ ଜୀବନ ପ୍ରତି ବିପଦ।ଚିକିତ୍ସା ପାଇଁ ଆବଶ୍ୟକ ଲକ୍ଷାଧିକ ଟଙ୍କା। ପୁଅର ଚିକିତ୍ସା ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ସାହାଯ୍ୟ ଲୋଡ଼ିଲେ ବାପା ଓ ମା।ଏ ଘଟଣା ହେଉଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବିଜ୍ଞାପିତ ଅଂଚଳ ପରିଷଦ ୮ ନମ୍ବର ୱାର୍ଡ଼ ଅନ୍ଧାରକୋଟର ଅଭିଜିତ ମିଶ୍ରଙ୍କ କଥା।ସୂଚନାଅନୁଯାୟୀ ଲକ୍ଷ୍ୟଥିଲା ଦେଶପାଇଁ ଲଢ଼ିବେ, ନିଜ ଜୀବନକୁ ବାଜିରେ ଲଗାଇ ଦେଶବାସୀଙ୍କୁ ସୁରକ୍ଷା ଦେବେ।ହେଲେ ନିଜ ଜୀବନ ବଞ୍ଚାଇବା ପାଇଁ ଏବେ କରୁଛନ୍ତି ସଂଘର୍ଷ।ଦେଶସେବା ପାଇଁ ସ୍ବପ୍ନ ଦେଖୁଥିବା ଅଭିଜିତ ଆଜି କିଡ଼ନୀ ରୋଗରେ ଆକ୍ରାନ୍ତ।ପୁଅର କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ ନହେଲେ ଜୀବନ ଚାଲିଯିବ।ଆଉ ଏଥିପାଇଁ ଆବଶ୍ୟକ ପ୍ରାୟ ୧୦ ରୁ ୧୫ଲକ୍ଷ୍ୟ ଟଙ୍କା।ଜୀବନ ମରଣ ସହ ଲଢେଇ କରୁଥିବା ପୁଅକୁ ଦେଖି ମା ‘ ଆଖିରୁ ଲୁହ ଶୁଖୁନି।ମାତ୍ର ୨୬ବର୍ଷ ବୟସରେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଅଭିଜିତ।ଯବାନ ହୋଇ ଦେଶମାତୃକାର ସେବା କରିବା ପାଇଁ ପ୍ରସ୍ତୁତ ହେଉଥିଲେ, ହେଲେ ଏବେ ନିଜ ଜୀବନ ପାଇଁ ଲଢେଇ କରୁଛନ୍ତି।ଅଭିଜିତଙ୍କ ବାପା ଜଣେ ପୂଜକ, କହିବାକୁ ଗଲେ ଗରିବ ପରିବାର।

ଅଭିଜିତ୍ ୨୦୧୯ ମସିହାରେ +୩ ପାଠ ସାରିବା ପରେ ସେନାରେ ଯୋଗଦେବା ପାଇଁ ଇଛା କରୁଥିଲେ ଏଥିପାଇଁ ସମସ୍ତ ପ୍ରସ୍ତୁତି କରି ଅନେକ ପରୀକ୍ଷା ମଧ୍ୟ ଦେଇଥିଲେ।କିନ୍ତୁ ୨୦୨୩ ମସିହା ଜାନୁଆରୀ ମାସରେ ହଠାତ ସେ ଅସୁସ୍ଥ ହୋଇପଡିଲେ, ତାଙ୍କର ୨ଟି ଯାକ କିଡ଼ନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା କହିଥିଲେ ଡାକ୍ତର।ତାଙ୍କୁ ସୁସ୍ଥ ହେବାକୁ ହେଲେ କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ ଆବଶ୍ୟକ। ଆଉ ଏଥିପାଇଁ ଆବଶ୍ୟକ ୧୦ ରୁ ୧୫ଲକ୍ଷ୍ୟ ଟଙ୍କା।ହେଲେ ପୁଅର ଚିକିତ୍ସା ଚିନ୍ତାରେ ଏବେ ଅଭିଜିତଙ୍କ ବାପା ଓ ମା।ଏବେ ଅଭିଜିତଙ୍କ ରେଗୁଲାର ଡ଼ାଏଲିସିସ ଚାଲିଛି।ତୁରନ୍ତ କୀଡୀନି ଟ୍ରାନ୍ସପ୍ଲାଣ୍ଟ ଆବଶ୍ୟକ। ଏବେ ପୁଅର ସାହାଯ୍ୟ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ସାହାଯ୍ୟ ଲୋଡିଛନ୍ତି ଅଭିଜିତଙ୍କ ପରିବାର ଓ ଅଭିଜିତ।ଯଦି କେହି ସ – ହୃଦୟ ବ୍ୟକ୍ତି ଅଭିଜିତ ଙ୍କୁ ସହଯୋଗ କରିବାକୁ ଚାଁହାନ୍ତି ତେବେ ଯୋଗାଯୋଗ କରନ୍ତୁ।
