ପୁଣି ଶ୍ରୀମନ୍ଦିର ଭିତରୁ ଜଣେ ଯୁବକଙ୍କ ଠାରୁ ହିଡେନ କ୍ୟାମେରା ଜବତ

ପୁଣି ଶ୍ରୀମନ୍ଦିରରୁ ଧରାହେଲା ହିଡେନ କ୍ୟାମେରା ଯୁକ୍ତ ଚଷମା। କୀର୍ତ୍ତନଚକଡ଼ା ନିକଟରୁ ଏହି ହିଡେନ କ୍ୟାମେରା ଧରାପଡ଼ିଥିବା ଜଣାପଡ଼ିଛି। ଚଷମାରେ ହିଡେନ କ୍ୟାମେରା ଲଗାଇ ଫଟୋ ଉଠାଉଥିଲେ। ଗିରଫ ବ୍ୟକ୍ତି ପୁରୀର ଏକ ହୋଟେଲରେ ଅବସ୍ଥାନ କରିବା ସହ ହୋଟେଲରେ ଥିବା ମୋବାଇଲ ଫୋନ୍ ଦ୍ଵାରା ହିଡେନ କ୍ୟାମେରା ଅପରେଟ କରିଥିଲେ । ସେ ଅଗଷ୍ଟ ୩ ତାରିଖରୁ ଉକ୍ତ ହୋଟେଲରେ ରହୁଛନ୍ତି । ଆଜି ସିଂହଦ୍ଵାର ଥାନା ସବ ଇନ୍ସପେକ୍ଟର ଓ ଜେଟିପି ପୋଲିସ ତାଙ୍କୁ ଚିହ୍ନଟ କରି ଶ୍ରୀମନ୍ଦିର ସିଂହଦ୍ଵାର ଥାନା ପୋଲିସର ଜିମା ଦେଇଥିଲେ । ଆଜି ଅପରାହ୍ନରେ ଏହି ଘଟଣା ଘଟିଥିବା ସିଂହଦ୍ଵାର ଥାନା ପୋଲିସ ସୂଚନା ଦେଇଛି ।

You might also like